ଓଡ଼ିଶାରାଜନୀତି

ବରଗଡ଼ ଜିଲ୍ଲାକୁ ୧୫ଟି ପ୍ରକଳ୍ପ ଭେଟିଦେଲେ ରାଜ୍ୟ ସରକାର

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ‘ବିକଶିତ ଓଡ଼ିଶା’ ସ୍ୱପ୍ନକୁ ସାକାର କରିବା ଦିଗରେ ଶୁକ୍ରବାର ବରଗଡ଼ ଜିଲ୍ଲାବାସୀଙ୍କ ପାଇଁ ୩୪୯.୦୮ କୋଟି ଟଙ୍କାର ୧୫ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ଓ ସେତୁ ପ୍ରକଳ୍ପ ଭେଟି ଦେଇଛନ୍ତି ରାଜ୍ୟ ସରକାର । ୧୬୯.୨୧ କୋଟି ବ୍ୟୟରେ ନିର୍ମିତ ୬ଟି ପ୍ରକଳ୍ପର ଲୋକାର୍ପଣ ସହ ୧୭୯.୮୭ କୋଟି ବ୍ୟୟ ଅଟକଳରେ ୯ଟି ନୂତନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଯାହା ବରଗଡ଼, ଅତାବିରା, ଭଟଲି, ବିଜେପୁର ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲକ୍ଷାଧିକ ଜନସାଧାରଣଙ୍କ ପାଇଁ ସୁଗମ ଯାତାୟାତ, ସୁରକ୍ଷିତ ସେତୁ ଏବଂ ପ୍ରଶସ୍ତ ରାଜପଥ ମାଧ୍ୟମରେ ବରଗଡ଼ ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସହାୟକ ହେବ । ଏହି ଅବସରରେ ସୁଦୃଢ଼ ଭିତ୍ତିଭୂମି ହିଁ ସମୃଦ୍ଧ ଓଡ଼ିଶାର ପରିଚୟ ବୋଲି ସୋସିଆଲ ମିଡିଆ X ଆକାଉଣ୍ଟରେ କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ତେବେ ଏହି ୧୫ଟି ପ୍ରକଳ୍ପ ମଧ୍ୟରେ ରହିଛି –

# ବରଗଡ଼ ନିର୍ବାଚନ ମଣ୍ଡଳୀର ବିକାଶ ସ୍କୁଲରୁ ହଳଦୀପାଲି ଛକ ରାସ୍ତାର ୩/୨୯୬ କି.ମି. କେନାଲ ସେତୁ, ୬/୦୬୩ କି.ମି. ଜୀରା ସେତୁ, ଗୋଡ଼ଭଗା ତୁରୁମ ରାସ୍ତାର ୨୫/୫୪୦ କି.ମି ଝାଇଁ ଜୋର ସେତୁ ୨୯/୪୦୦ କି.ମି ଜାରାସେତୁ ଏବଂ ଗାନ୍ଧୀ ଛକ ଠାରୁ ଆମ୍ବେଦକର ଛକ ୦/୦୦ କି.ମି ଠାରୁ ୧/୩୦୦ କି.ମି ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣର ଶୁଭ ଉଦ୍‌ଘାଟନ।

# ବରଗଡ଼ ନିର୍ବାଚନ ମଣ୍ଡଳୀର ବରଗଡ଼ ଟାଉନ ରାସ୍ତା ବିକାଶ ହସ୍ପିଟାଲ ରୁ ହଳଦୀପାଲି ଛକ ୧/୯୦୦ କି.ମି. ୫/୧୮୦ କି.ମି (୩/୪୩୦ କି.ମି ରୁ ୪/୬୫୦ କି.ମି ବ୍ୟତୀତ) ପୂର୍ତ୍ତ ବିଭାଗ ରାସ୍ତାର ରାଜ୍ୟ ଯୋଜନା ଅର୍ଥ ଦ୍ବାରା ଉନ୍ନତିକରଣର ଶୁଭ ଉଦ୍‌ଘାଟନ।

# ବରଗଡ଼ ନିର୍ବାଚନ ମଣ୍ଡଳୀର ଗାନ୍ଧୀଛକରୁ ଅମ୍ବାପାଲି ଆମ୍ବେଦକର ଛକ ଭାୟା ଥାନା ଛକ ୧/୩୯୨ କି.ମି. ରୁ ୨/୯୧୫ କି.ମି. ପୂର୍ତ୍ତ ବିଭାଗ ରାସ୍ତାର ରାଜ୍ୟ ଯୋଜନା ଅର୍ଥ ଦ୍ବାରା ଉନ୍ନତି କରଣ ଓ ପ୍ରଶସ୍ତିକରଣ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

# ବରଗଡ଼ ନିର୍ବାଚନ ମଣ୍ଡଳୀର  ପୁରୁଣା ବିକାଶ କଲେଜରୁ ବରପାଲି ଭାୟା ଅଡ଼ଗାଁ ପୂର୍ତ୍ତ ବିଭାଗ ରାସ୍ତାର ୫/୮୦୦ କି.ମି ଅଡ଼ଗାଁ ନାଳ ଉପରେ ସୁଉଚ୍ଚ ସେତୁ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

# ବରଗଡ଼ ନିର୍ବାଚନ ମଣ୍ଡଳୀର ଆରକ୍ଷୀ ଅଧିକ୍ଷକ କାର୍ୟ୍ୟାଳୟ ଛକରୁ ପଞ୍ଚାୟତ କଲେଜ ୦/୦୦୦ କି.ମି. ଠାରୁ ୨/୩୪୪ କି.ମି. ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

# ବରଗଡ଼ ନିର୍ବାଚନ ମଣ୍ଡଳୀର ସୁଇପର କଲୋନୀ ରୁ ପୁରୁଣା ରିଜର୍ଭ ପୋଲିସ ଲାଇନ୍ ୦/୦୦୦ କି.ମି. ରୁ ୧/୪୨୭ କି.ମି. ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

# ବରଗଡ଼ ନିର୍ବାଚନ ମଣ୍ଡଳୀର ୨ ଗୋଟି ଡ଼ି ଶ୍ରେଣୀଭୁକ୍ତ ଆବାସିକ ଗୃହ ବରଗଡ଼ ପୂର୍ତ୍ତ ବିଭାଜନ ପରିସରରେ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

# ବରଗଡ଼ ନିର୍ବାଚନ ମଣ୍ଡଳୀର ଟେଲିଫୋନ ଏକ୍ସଚେଞ୍ଜ କାର୍ୟ୍ୟାଳୟରୁ ଗୋବିନ୍ଦପାଲି ଛକ ଭାୟା: କାଳିମନ୍ଦିର ଛକ ୦/୦୦୦ କି.ମି. ରୁ ୧/୪୬୯ କି.ମି. ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତି କରଣ ଓ ପ୍ରଶସ୍ତିକରଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

# ବରଗଡ଼ ନିର୍ବାଚନ ମଣ୍ଡଳୀର ରାଜ୍ୟ ରାଜପଥ- ୦୬ପୁରୁଣା ବିକାଶ କଲେଜରୁ ବରପାଲି ଭାୟା: ଆଡଗାଁ ୦/୦୦୦ କିମି ଠାରୁ ୩୦/୭୦୬ କିମି ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

# ଅତାବିରା ନିର୍ବାଚନ ମଣ୍ଡଳୀର ଗୋଡ଼ଭଗା ଠାରୁ ତୁରୁମ (ରାଜ୍ୟ ରାଜପଥ ନମ୍ବର ୫୪) ୨୦/୦୦୦ କି.ମି. ରୁ ୩୯/୯୧୭ କି.ମି. ପୂର୍ତ୍ତ ବିଭାଗ ରାସ୍ତାର ରାଜ୍ୟ ଯୋଜନା ଅର୍ଥ ଦ୍ବାରା ଉନ୍ନତି କରଣ ଓ ପ୍ରଶସ୍ତିକରଣ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

# ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା-ଭଟଲି ଭାୟା: ସୁଲସୁଲିଆ ରାସ୍ତାର ୦/୦୦୦ କି.ମି. ରୁ ୩୧/୯୦୦ କି.ମି. ପୂର୍ତ୍ତ ବିଭାଗ ରାସ୍ତାର  ଉନ୍ନତି କରଣ ଓ ପ୍ରଶସ୍ତିକରଣର ଶୁଭ ଉଦ୍‌ଘାଟନ।

# ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି- କୁମ୍ଭାରୀ- ବରମକେଲା ପୂର୍ତ୍ତ ବିଭାଗ ରାସ୍ତାର ୪.୧୨୫ କିମି ବୁରୋଗଡ ନାଳ ଉପରେ ସୁଉଚ୍ଚ ସେତୁର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

# ବିଜେପୁର ନିର୍ବାଚନ ମଣ୍ଡଳୀର ଦିପ୍ତିପୁର ଗାଇସିଲେଟ୍ ରାସ୍ତାର ୦/୦୦୦ କି.ମି. ରୁ ୧୯/୪୨୮ କି.ମି. ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତି କରଣ ଓ ପ୍ରଶସ୍ତିକରଣର ଶୁଭ ଉଦ୍‌ଘାଟନ ।

# ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଳ- ଝାରବନ୍ଧ- ଡ଼ଭା ପୂର୍ତ୍ତ ବିଭାଗ ରାସ୍ତାର ୭.୬୦୦ କିମି ଅଙ୍ଗ ନଦୀ ଉପରେ ସୁଉଚ୍ଚ ସେତୁର ଶୁଭ ଉଦ୍ଘାଟନ ।

# ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଟଣାଗଡ଼ରୁ ପଦ୍ମପୁର ରାସ୍ତାର ୨୧/୧୬୦ କି.ମି. ରୁ ୩୮/୬୨୫ କି.ମି. ପର୍ୟ୍ୟନ୍ତ ଉନ୍ନତି କରଣ ଓ ପ୍ରଶସ୍ତିକରଣ ଶୁଭ ଉଦ୍‌ଘାଟନ ।

ଏହି ଅବସରରେ ପୂର୍ତ୍ତ ମନ୍ତ୍ରୀଙ୍କ ସହିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଏବଂ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Articles

Back to top button