ଓଡ଼ିଶାଶିକ୍ଷା

ଦେଶର ଶ୍ରେଷ୍ଠ ୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରେ କେନ୍ଦୁଝରର EMRS

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   ଦେଶର ଶ୍ରେଷ୍ଠ ୫ ଗୋଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ମଧ୍ୟରେ ସ୍ଥାନ ପାଇଛି କେନ୍ଦୁଝର ଜିଲ୍ଲା ରାଙ୍କିସ୍ଥିତ EMRS । ଏହି ସଫଳତାକୁ ସମଗ୍ର ଓଡ଼ିଶା ପାଇଁ ଏକ ଐତିହାସିକ ଓ ଗୌରବମୟ ମୁହୂର୍ତ୍ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି – ଏହି ସଫଳତା କେବଳ ଏକ ପୁରସ୍କାର ନୁହେଁ, ବରଂ ଆମ ଜନଜାତି ଛାତ୍ରଛାତ୍ରୀଙ୍କ ଅଦମ୍ୟ ଇଚ୍ଛାଶକ୍ତି, ପ୍ରତିଭା ଏବଂ ସମର୍ପିତ ଶିକ୍ଷକମାନଙ୍କ ନିରନ୍ତର ସାଧନାର ପରିଚୟ । ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଜନଜାତି ବର୍ଗର ପିଲାମାନେ କିପରି ରାଷ୍ଟ୍ର ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ, ରାଙ୍କି EMRS ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି।

ସେହିପରି ବିଦ୍ୟାଳୟର ସମସ୍ତ କୃତୀ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ପରିଚାଳନା କର୍ତ୍ତୃପକ୍ଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ମୋହନ । ଏହାସହିତ  ଆମ ସରକାର ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ଏବଂ ପ୍ରତିଟି ପିଲାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button