
ଭୁବନେଶ୍ୱର ,ରାଜଧାନୀରେ ବିଶୃଙ୍ଖଳା ପାଇଁ ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ, ପ୍ରକ୍ରିୟା ଆରମ୍ଭ କରିଛି ପରିବହନ ବିଭାଗ। କେବଳ ପରମିଟ୍ ନୁହେଁ, ଆବଶ୍ୟକ ହେଲେ ସମ୍ପୃକ୍ତ ଗାଡ଼ିଗୁଡ଼ିକର RC, ମଧ୍ୟ ରଦ୍ଦ କରାଯିବ। ମାଷ୍ଟର କ୍ୟାଣ୍ଟିନରେ ,ଅନଲାଇନ ଅଟୋ ଓ ଟାକ୍ସି ଚାଳକଙ୍କ ସହ ପୋଲିସର ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ, ୭ଟି ଏଫଆଇଆର୍ ରୁଜୁ ହୋଇଛି। ସାଧାରଣ ଜନତାଙ୍କ ରିପୋର୍ଟ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ, ରିପୋର୍ଟ ଆଧାରରେ ୪ଟି ମାମଲା ସହ ପୋଲିସ କର୍ମଚାରୀଙ୍କ ରିପୋର୍ଟ ଆଧାରରେ, ଗୋଟିଏ ମାମଲା ରୁଜୁ ହୋଇଛି।ଅନଲାଇନ୍ ଅଟୋ ଓ ଟ୍ୟାକ୍ସି ଆନ୍ଦୋଳନ ପରେ, ଆଜି ସ୍ବାଭାବିକ ହୋଇପାରିନି ସେବା। ଏୟାରପୋର୍ଟ, ରେଲଓ୍ୱେ ଷ୍ଟେସନ ଓ ବସଷ୍ଟାଣ୍ଡରେ ଅନେକ ଯାତ୍ରୀ ହନ୍ତସନ୍ତ ହେଉଥିବା ଜଣାପଡିଛି। ଏୟାରପୋର୍ଟ ଓ ଷ୍ଟେସନରୁ, ନିଜ ନିଜ ଗନ୍ତବ୍ୟସ୍ଥଳକୁ ଫେରିବାକୁ ଲୋକଙ୍କୁ, ଅନଲାଇନ୍ ଟାକ୍ସି ମିଳୁନାହିଁ । ଅଟୋ ଚାଳକଙ୍କ ହଙ୍ଗାମାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ, କଡ଼ା ଆଭିମୁଖ୍ୟ। ମନ୍ତ୍ରୀ କହିଛନ୍ତି, ଗତକାଲି ଅଟୋ ଚାଳକମାନେ ଆଇନକୁ ହାତକୁ ନେଇ, ସାଧାରଣ ଲୋକଙ୍କ ଉପରେ, ଆକ୍ରମଣ ସହ ସରକାରୀ ଗାଡ଼ି ଭାଙ୍ଗିଛନ୍ତି। ଏହି ଘଟଣାକୁ ଅମାନବୀୟ ବୋଲି କହି ଦୋଷୀ ଅଟୋ ଚାଳକଙ୍କ ଲାଇସେନ୍ସ, ରଦ୍ଦ ସହ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି।




