ଗ୍ରୀସ୍ରେ ଅନିରୁଦ୍ଧ-କାବ୍ୟାଙ୍କ ଗ୍ରାଣ୍ଡ ୱେଡିଂ! ଭାଇରାଲ୍ ହେଉଛି ବିବାହ ଫଟୋ

ସଙ୍ଗୀତର ଯାଦୁରେ ଲକ୍ଷ ଲକ୍ଷ ହୃଦୟ ଜିତିଥିବା ଅନିରୁଦ୍ଧ ରବିଚନ୍ଦର ଏବେ ନିଜ ଜୀବନର ନୂଆ ଇନିଂସ୍ ଆରମ୍ଭ କରିଥିବା ଚର୍ଚ୍ଚା! ଆଉ ତାଙ୍କ ଜୀବନସାଥୀ ସାଜିଛନ୍ତି କ୍ରିକେଟ୍ ଜଗତର ଚର୍ଚ୍ଚିତ ଚେହେରା ତଥା ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନ! ଗୋଟିଏ ପଟେ ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ମ୍ୟୁଜିକ୍ କମ୍ପୋଜର୍, ଆଉ ଅନ୍ୟପଟେ କ୍ରିକେଟ୍ ଜଗତର ପରିଚିତ ବିଜନେସ୍ ଓମେନ୍। ଏହି ଦୁଇ ଚର୍ଚ୍ଚିତ ଚେହେରାଙ୍କ ବିବାହକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା।
ସୂଚନା ଅନୁସାରେ, ଗ୍ରୀସ୍ର ସୁନ୍ଦର ପରିବେଶରେ ଏହି ବିବାହ ଉତ୍ସବକୁ ଖୁବ୍ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ କରାଯାଇଥିବା ଦାବି କରାଯାଉଛି। ତେବେ ଏହାକୁ ଏକ ପ୍ରାଇଭେଟ୍ ଓ ଇଣ୍ଟିମେଟ୍ ସେଲିବ୍ରେସନ୍ ଭାବେ ରଖାଯାଇଥିବା ଖବର ରହିଛି। କେବଳ ପରିବାର ସଦସ୍ୟ, ନିକଟତମ ବନ୍ଧୁବାନ୍ଧବ ଏବଂ କିଛି ବଛା ବଛା ସେଲିବ୍ରିଟିଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା କୁହାଯାଉଛି। ସବୁଠୁ ଅଧିକ ଚର୍ଚ୍ଚା ହେଉଛି ଅନିରୁଦ୍ଧ ଓ କାବ୍ୟାଙ୍କ ବିବାହ ଫଟୋକୁ ନେଇ। ଦୁହେଁ ସୁନେଲି ରଙ୍ଗର ପାରମ୍ପରିକ ପୋଷାକରେ ଖୁବ୍ ସୁନ୍ଦର ଦେଖାଯାଉଥିବା ଦାବି କରାଯାଉଛି। ଏହି ଫଟୋ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।
ଏହି ହାଇପ୍ରୋଫାଇଲ୍ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତ, ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ସମେତ କିଛି ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ଯୋଗ ଦେଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ବିବାହ ଖବରକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଯେତିକି, ସୋସିଆଲ୍ ମିଡିଆରେ ଚର୍ଚ୍ଚା ମଧ୍ୟ ସେତିକି। ସଙ୍ଗୀତ ଓ କ୍ରିକେଟ୍ ଜଗତର ଏହି ଦୁଇ ଚର୍ଚ୍ଚିତ ନାଁକୁ ନେଇ ଏବେ ସବୁଠି ଆଲୋଚନା।




