ଅପରାଧଓଡ଼ିଶା

ଚାରିଆଡେ ବୁଲୁଛି ପୋଲିସ । ଅପରାଧ ଓ ଅପରାଧିଙ୍କୁ ରୋକିବାକୁ ଚେକିଂ ବ୍ଲକିଂ

ରାଜଧାନୀରେ ବଢିଚାଲିଛି ଅପରାଧ । ରାତି ଅଧରେ ଖେଳାଉଛନ୍ତି ଆତଙ୍କ । ଏ ନେଇ ପାଟ୍ରୋଲିଂ ଜୋରଦାର କରିଛି କମିଶନରେଟ୍ ପୋଲିସ । 9 ତା ହେଲାମାନେ ଚାରିଆଡେ ବୁଲୁଛି ପୋଲିସ ଗାଡି । ଖାସ କରି ବସ୍ତି ଓ ସମ୍ବେଦନଶୀଳ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ କରିଛନ୍ତି ଡିସିପି। ଅପରାଧ ନିୟନ୍ତ୍ରଣ ସହ ରାଜଧାନୀବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ସହରବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସହରର ସମସ୍ତ ଥାନା ପକ୍ଷରୁ ପାଟ୍ରୋଲିଂ ଓ ଯାଞ୍ଚ ଜାରି ରହିଛି। ସନ୍ଦେହଜନକ ଗତିବିଧି ଉପରେ କଡ଼ା ନଜର ରଖିବା ଏବଂ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସହରବାସୀଙ୍କ ଧନଜୀବନର ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ପୋଲିସ ଗୁରୁତ୍ୱ ଦେଇଛି। ଗତ ସପ୍ତାହରେ ୫ ଟି ହତ୍ୟା ରାଜଧାନୀ ବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା।

Related Articles

Back to top button