
ବିବାହ ବନ୍ଧନରେ ବାନ୍ଧି ହେବେ ଅର୍ଶଦୀପ ସିଂହ । ସବୁବେଳେ କ୍ରିକେଟ୍ ପଡ଼ିଆରେ ବ୍ୟାଟରଙ୍କୁ ଘାଇଲା କରୁଥିବା ବେଳେ ଏବେ ପ୍ରେମ ପଡ଼ିଆରେ ମାରିଛନ୍ତି ବାଜି। ଅଭିନେତ୍ରୀ ତଥା ମଡେଲ୍ ସମ୍ରିନ୍ କୌରଙ୍କ ସହ ନିର୍ବନ୍ଧ କରିଛନ୍ତି ଭାରତୀୟ କ୍ରିକେଟର୍ ଅର୍ଶଦୀପ ସିଂହ। ଆଉ ନିର୍ବନ୍ଧର ଫଟୋ ଉଭୟ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି ।ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଦେଇଛନ୍ତି ନୂଆ ପରିଚୟ।
ଚଳିତ ବର୍ଷ ଜୁଲାଇରେ ଅର୍ଶଦୀପ ପ୍ରଥମଥର ପାଇଁ ସମ୍ରିନ୍ଙ୍କ ସହ ସମ୍ପର୍କକୁ ସାର୍ବଜନୀନ କରିଥିଲେ। ସେତେବେଳେ ତାଙ୍କୁ ‘ମାଇଁ ପର୍ସନ୍’ ବୋଲି କହିଥିଲେ। ଏହା ପୂର୍ବରୁ ସ୍ନାପ୍ଚାଟ୍ରେ ଜଣେ ଯୁବତୀଙ୍କ ହାତ ଧରିଥିବା ଫଟୋ ସେୟାର କରିଥିଲେ ଅର୍ଶଦୀପ। ପରେ ଧର୍ମଶାଳା ରାସ୍ତାରେ ଉଭୟଙ୍କୁ ଏକାଠି ବୁଲୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।
ସେପଟେ ସମ୍ରିନ୍ କୌର ‘୮୩’ ଏବଂ ‘ସର୍ଦ୍ଦାର ଜୀ ୨’ ଭଳି ଫିଲ୍ମ ସହ ବିଭିନ୍ନ ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି। ଅର୍ଶଦୀପ ଓ ସମ୍ରିନ୍ଙ୍କ ନିର୍ବନ୍ଧ ଖବର ପରେ ସୋସିଆଲ୍ ମିଡିଆରେ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।’




