ଓଡ଼ିଶାବାଣିଜ୍ୟ

ମହଙ୍ଗା ମାଡ଼! ପୁଣି ବଢ଼ିଲା କ୍ଷୀର ଦର

ଦିନକୁ ଦିନ ବଢ଼ି ଚାଲିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର। ଏବେ ସେହି ତାଲିକାରେ ଯୋଡ଼ି ହୋଇଛି କ୍ଷୀର। ମଦର ଡେୟରୀ ପକ୍ଷରୁ ଦିଲ୍ଲୀ-ଏନସିଆର ଅଞ୍ଚଳରେ କ୍ଷୀର ଦର ବୃଦ୍ଧି କରାଯାଇଛି। ଲିଟର ପିଛା ୨ରୁ ୬ ଟଙ୍କା ଯାଏଁ ବଢ଼ିଛି ମୂଲ୍ୟ। କମ୍ପାନୀର କହିବା ଅନୁସାରେ, ଗୋଖାଦ୍ୟ, ପରିବହନ ଓ ଅନ୍ୟାନ୍ୟ ଇନପୁଟ୍ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି, ଗତ ୬ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କ୍ଷୀର ଦର ବଢ଼ାଇଛି କମ୍ପାନୀ। ଫଳରେ ଗ୍ରାହକଙ୍କ ମଧ୍ୟରେ ବଢ଼ିଛି ଅସନ୍ତୋଷ।

କ୍ଷୀର କେବଳ ଏକ ଖାଦ୍ୟ ସାମଗ୍ରୀ ନୁହେଁ, ବରଂ ପ୍ରତ୍ୟେକ ପରିବାରର ଦୈନନ୍ଦିନ ଆବଶ୍ୟକତା। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଖାଦ୍ୟ ତାଲିକାରେ ରହିଛି କ୍ଷୀର। ତେଣୁ ଏହାର ଦର ବୃଦ୍ଧି ହେଲେ ମାସିକ ଘରୋଇ ବଜେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ। ଗୋଟିଏ ପଟେ ପନିପରିବା, ଖାଇବା ତେଲ ଓ ଅନ୍ୟାନ୍ୟ ସାମଗ୍ରୀର ମହଙ୍ଗା ମାଡ଼, ଅନ୍ୟପଟେ ଏବେ କ୍ଷୀର ଦର ବୃଦ୍ଧି। ଏଭଳି ସ୍ଥିତିରେ ସାଧାରଣ ଲୋକେ ଘର ଚଳାଇବେ କେମିତି, ତାହା ଏବେ ବଡ଼ ପ୍ରଶ୍ନ।

ତେବେ ମହଙ୍ଗା ମାଡ଼ରୁ କେବେ ମିଳିବ ଆଶ୍ୱସ୍ତି? ନା ଏମିତି ଦରବୃଦ୍ଧିର ବୋଝ ତଳେ ଚାପି ହୋଇ ରହିବେ ସାଧାରଣ ଲୋକ? ତାହା ଉପରେ ଏବେ ସମସ୍ତଙ୍କ ନଜର।

Related Articles

Back to top button