Breaking Newsପାଣିପାଗ

ପୁଣି ଆସୁଛି ଲଘୁଚାପ ! ଅଧା ବୁଡ଼ିବ ଓଡିଶା !

ଡ଼ରିଗଲେଣି ଓଡ଼ିଶାବାସୀ ! ପୁଣି ମାଡି ଆସୁଛି ଲଘୁଚାପ । ହଁ ଆଞା ବଙ୍ଗୋପସାଗରରେ ଦାନା ବାନ୍ଧିବାକୁ ଯାଉଛି ଆଉ ଏକ ଲଘୁଚାପ। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାପରେ ଲଘୁଚାପଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆଉ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

କେବଳ ସେତିକି ନୁହେଁ, ଆସନ୍ତା ୧୫ ତାରିଖ ବେଳକୁ ଏହା ଅବପାତର ରୂପ ନେଇପାରେ ବୋଲି ମଧ୍ୟ ଆକଳନ କରାଯାଉଛି। ଯଦି ଏହା ଅବପାତରେ ପରିଣତ ହୁଏ, ତେବେ ବଙ୍ଗୋପସାଗରରେ ପାଣିପାଗର ସ୍ଥିତିରେ ପରିବର୍ତ୍ତନ ଆସିପାରେ। ତେବେ ଏହାର ପ୍ରକୃତ ତୀବ୍ରତା ଓ ଗତିପଥ ନେଇ ଆଗକୁ ଅଧିକ ସ୍ପଷ୍ଟ ଚିତ୍ର ମିଳିବ। ଅନ୍ୟପଟେ, ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ଏବେଠାରୁ ବର୍ଷା ଆଶଙ୍କା ମଧ୍ୟ ଦେଖାଦେଲାଣି। ତେବେ କେଉଁ କେଉଁ ରାଜ୍ୟରେ ଏହାର ପ୍ରଭାବ ପଡ଼ିବ ଏବଂ କେଉଁଠି କେତେ ପରିମାଣର ବର୍ଷା ହେବ, ସେନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ଆକଳନ କରାଯାଇନାହିଁ।

ଆଗାମୀ ଦିନରେ ଏହାର ପ୍ରଭାବକୁ ନେଇ ଅଧିକ ସ୍ପଷ୍ଟ ସୂଚନା ମିଳିପାରେ। ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ନୂଆ ଲଘୁଚାପ ଆଗକୁ କେଉଁ ରୂପ ନେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

Related Articles

Back to top button