Breaking Newsଅପରାଧଓଡ଼ିଶା

ଗଡୁଛି ମୁଣ୍ଡ, ପଇଁତରା ମାରୁଛନ୍ତି ପୋଲିସ

କ୍ରାଇମର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ମୁଣ୍ଡ ଗଡୁଛି । ଆଉ ଆତଙ୍କ ଖେଳାଉଛନ୍ତି ଦୃବୃର୍ତ୍ତ । ଏହି ସପ୍ତାହ ଭିତରେ ୫ଟି ହତ୍ୟାକାଣ୍ଡ ଘଟିଲାଣି । ଆଉ ଏହି ଅପରାଧ ରୋକିବାକୁ ବଡ଼ ଆକ୍ସନ ନେଇଛି କମିଶନରେଟ୍ ପୋଲିସ । ରାତି ଅଧରେ ଆରମ୍ଭ ହୋଇଛି ସ୍ପେଶାଲ ଅପରେସନ୍। ଫୁଟ୍ ପାଟ୍ରୋଲିଂ ସହ ପିସିଆର୍ ପେଟ୍ରୋଲିଂକୁ ମଧ୍ୟ କରାଯାଇଛି ଜୋରଦାର। ଖାସ କରି ବିଭିନ୍ନ ବସ୍ତି ସହ ସହରର ସମ୍ବେଦନଶୀଳ ଅଞ୍ଚଳରେ ପଇଁତରା ମାରୁଛନ୍ତି ।

ACPଙ୍କ ନେତୃତ୍ବରେ ସ୍ଥାନୀୟ ଥାନାର IICଙ୍କୁ ନେଇ ଚାଲିଛି ଚଢ଼ାଉ। ସଂଘବଦ୍ଧ ହୋଇ ଅପରାଧ ଘଟାଇବା ପାଇଁ ଯୋଜନା ହେଉଥିବା ସନ୍ଦିଗ୍ଧ ସ୍ଥାନ ଉପରେ ରଖାଯାଇଛି କଡ଼ା ନଜର। ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ଏହି ବଡ଼ ଅଭିଯାନ ଜାରି ରହିଛି।

Related Articles

Back to top button