Breaking Newsଓଡ଼ିଶା

୩୮ ଦିନ ହେଲା ଆନ୍ଦୋଳନ । ଶବ ପାଲଟିଲେ କର୍ମଚାରୀ !

ମୁଣ୍ଡ ଉପରେ ପରିବାରର ବୋଝ, ହାତରେ ନାହିଁ ଚାକିରି, ଆଉ ଆଖିରେ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ । ଟାଟା ପାୱାର ବିନା କାରଣରେ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ଆନ୍ଦୋଳନକାରୀ । ଆଉ ଚାକିରି ଫେରାଇ ଆଣିବାକୁ ଶୀତ, କାକରରେ ପଡିରହିଛନ୍ତି ଠିକା ବିଦ୍ୟୁତ କର୍ମଚାରୀ । ଲୋୟର ପିଏମଜିରେ ଜୋରଦାର ଚାଲିଛି ବିରୋଧ । ବିଭିନ୍ନ ଉପାୟରେ ସରକାରଙ୍କୁ ନିଜର ଦୁଃଖ ଜଣାଉଛନ୍ତି । ହେଲେ ସରକାର ନିରବ ସାଜିଛନ୍ତି ।

ପ୍ରଥମେ ଆଣ୍ଠେଇ ଆଣ୍ଠେଇ ଆସି ସରକାରଙ୍କୁ ନିଜର ଦାବି ଶୁଣାଇଥିଲେ । ସରକାର ନ ଶୁଣିବାରୁ ବିଧାନସଭା ଆଗରେ ଶବପରି ପଡିରହିଛନ୍ତି । ଦେହରେ ଧଳା ଚାଦର ଏବଂ ବେକରେ ଫୁଲମାଳ ପଡିଛି । ଆଉ ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ନଶୁଣିଛନ୍ତି ସେମାନେ ଏମିତି ପଡିରହିବେ ବୋଲି ଚେତାବନୀ ଦେଇଛନ୍ତି । କିଛି ଜଣ ମଧ୍ୟ ଅସୁସ୍ଥତା ଅନୁଭବ କରି ହସ୍ପିଟାଲରେ ପଡିରହିଛନ୍ତି । ପ୍ରାୟ 4000ରୁ ଅଧିକ ବିଦ୍ୟୁତ ଉପଭୋକ୍ତା ଓ ଠିକା ଶ୍ରମିକ ସାମୂହିକ ଭାବରେ ପିଏମଜି ଛକ ଠାରେ ଜୀବନ୍ତ ମୃତଦେହ ସାଜି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । କର୍ମଚାରୀଙ୍କ ଭବିଷ୍ୟତ ଓ ଜୀବିକା ସୁରକ୍ଷା ଏବେ ଏହି ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

ଘରୋଇ ବିଦ୍ୟୁତ କମ୍ପାନୀ ବିରୋଧରେ ନାରା ଦେଇ ଚାଲିଥିବା ଏହି ଆନ୍ଦୋଳନ 38 ଦିନ ଅତିକ୍ରମ କରିସାରିଛି । ଗତ ମେ’ ମାସରେ ଭାରତୀୟ ମଜଦୂର ସଂଘର ନେତୃତ୍ୱରେ ବିଦ୍ୟୁତ୍ ଠିକା ଶ୍ରମିକମାନେ 13 ଦିନ ଧରି ଆନ୍ଦୋଳନ କରିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଓ ଆଶ୍ୱାସନା ମିଳିଥିଲା । ହେଲେ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା ଅଭିଯୋଗ କରି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ ।

 

Related Articles

Back to top button