Breaking Newsଓଡ଼ିଶା

କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଉତ୍ତେଜନା

କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଦୀର୍ଘଦିନର। ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବାରମ୍ବାର ଦେଖାଦେଉଛି ଟଣାଓଟରା। କଟରେ ନିର୍ବାଚନକୁ ନେଇ ଏହି ବିବାଦ ଆହୁରି ଉଗ୍ର ରୂପ ନେଇଥିଲା। ଆନ୍ଧ୍ର ପକ୍ଷରୁ ନିଜ ଅଞ୍ଚଳରେ ମତଦାନ କେନ୍ଦ୍ର କରାଯିବା ପରେ କୋଟିଆର ଭୋଟରଙ୍କ ମତଦାନକୁ ନେଇ ବଢ଼ିଥିଲା ଚର୍ଚ୍ଚା। ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ପୂର୍ବରୁ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା ଓଡ଼ିଶା ପୋଲିସ। ହେଲେ ନିର୍ବାଚନ ସରିବା ପରେ ବି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନି ସ୍ଥିତି।

ଏବେ ବି ଦୁଇ ରାଜ୍ୟ ମଧ୍ୟରେ ରହିଛି ଚାପା ଉତ୍ତେଜନା। ଆନ୍ଧ୍ରର ଅଧିକାରୀମାନେ ଯେକୌଣସି ସମୟରେ ଓଡ଼ିଶା ସୀମା ମଧ୍ୟରେ ପ୍ରବେଶ କରିପାରନ୍ତି ବୋଲି ଆଶଙ୍କା ରହିଥିବାରୁ ପୋଲିସକୁ ରଖାଯାଇଛି ହାଇଆଲର୍ଟରେ। ସୀମାରେ ଓଡ଼ିଶା ପୋଲିସ ମୁତୟନ ରହିବେ ଏବଂ ପ୍ରତିଟି ଗତିବିଧି ଉପରେ ରଖିବେ କଡ଼ା ନଜର। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି।ତେବେ ପ୍ରଶ୍ନ ଉଠୁଛି, କେବେ ଥମିବ କୋଟିଆକୁ ନେଇ ଏହି ସୀମା ବିବାଦ? କେବେ ମିଳିବ ଏହି ଅଞ୍ଚଳର ଲୋକଙ୍କୁ ସ୍ଥାୟୀ ସମାଧାନ? ସମସ୍ତଙ୍କ ନଜର ଏବେ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ପରବର୍ତ୍ତୀ ପଦକ୍ଷେପ ଉପରେ।

Related Articles

Back to top button