Breaking Newsଓଡ଼ିଶା

ପୁରୀରେ ହେବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍‌। ଏ ନେଇ ୧୫୦୦ କୋଟି ଟଙ୍କା ଘୋଷଣା

ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବିଶାଳ ସମୁଦ୍ର ତଟରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଓଡିଆ ସାଧବ ପୁଅର ଅତୀତରେ ଜାଭା, ସୁମାତ୍ରା, ବର୍ଣ୍ଣିଓ ଭଳି ବିଦେଶରେ ବ୍ୟବସାୟର ସ୍ୱର୍ଣ୍ଣିମ ଅଧ୍ୟାୟ ଓ ଗାରୀମାକୁ ଉଜ୍ଜିବୀତ କରି ରାଜ୍ୟରେ ବିଜେପିର ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବା ପରେ ପର୍ଯ୍ୟଟନ ଭିତିଭୂମିର ଉନ୍ନତିକରଣ, ଆଧୁନିକୀକରଣ ଏବଂ ସମ୍ପ୍ରସାରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି ।
ଏହି କ୍ରମରେ ପୁରୀକୁ ଏକ ପ୍ରକୃତ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବା ପାଇଁ ସଡ଼କ ପଥ, ରେଳପଥ, ଆକାଶ ପଥ, ଜଳପଥ ଏବଂ ହୋଟେଲ ଶିଳ୍ପର ବିକାଶ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି । ଏକ ଐତିହାସିକ ନିଷ୍ପତିକ୍ରମେ ରାଜ୍ୟ ସରକାର ଏବଂ ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୫୦୦ କୋଟି ଟଙ୍କା ନିବେଶରେ ପୁରୀଠାରେ ଏକ ଅତ୍ୟାଧୁନିକ ‘ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍‌’ ନିର୍ମାଣ କରାଯିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସରକାରଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ ଦାସ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏହି ପ୍ରକଳ୍ପର ମହତ୍ୱ ଓ ପ୍ରଭାବ ସଂପର୍କରେ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେବା ଦ୍ୱାରା ବିଶ୍ୱର କୋଣ ଅନୁକୋଣରୁ ବଡ଼ ବଡ଼ କ୍ରୁଜ୍ ଜାହାଜଗୁଡ଼ିକ ସିଧାସଳଖ ପୁରୀରେ ପହଂଚିପାରିବେ, ଯାହାକି ବିଦେଶୀ ପର୍ଯ୍ୟଟକ ଓ ଦେଶର ପର୍ଯ୍ୟଟନ ପ୍ରେମୀମାନଙ୍କ ସଂଖ୍ୟାକୁ ବହୁଗୁଣିତ କରିବ । ପର୍ଯ୍ୟଟନ କ୍ଷେତ୍ରର ଏହି ବିଶାଳ ବିକାଶ ଯୋଗୁଁ ହୋଟେଲ, ପରିବହନ, ହସ୍ତଶିଳ୍ପ ଏବଂ ସ୍ଥାନୀୟ ବ୍ୟବସାୟରେ ହଜାର ହଜାର ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ଅର୍ଥନୀତି ଅଧିକ ସୁଦୃଢ଼ ହେବ ।

Related Articles

Back to top button