Breaking Newsଓଡ଼ିଶା

ବାତ୍ୟା-ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲା ୮ ଜଣିଆ କେନ୍ଦ୍ରୀୟ ଟିମ୍, ଓଡ଼ିଶାକୁ ମିଳିବ ସହାୟତା!

ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ୮ ଜଣିଆ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ସ୍ତରୀୟ ଟିମ୍ । କ୍ଷେତ୍ର ପରିଦର୍ଶନ ପରେ ଆଜି ଲୋକ ସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ତରଫରୁ ଆୟୋଜିତ ଏକ ପ୍ରାରମ୍ଭିକ ଆକଳନ ବୈଠକରେ ଯୋଗଦେଇଥିଲେ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ଗସ୍ତ ସମୟରେ କେନ୍ଦ୍ରୀୟ ଟିମ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଥିବା, ବିଭିନ୍ନ ଭିତ୍ତିଭୂମି ଯଥା ସଡ଼କ, ବିଦ୍ୟୁତ୍, ଜଳସମ୍ପଦ ବିଭାଗର ନଦୀବନ୍ଧ,କେନାଲ ଆଦି ବହୁଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ପାଇଥିଲେ । କ୍ଷୟକ୍ଷତି ବ୍ୟାପକ ହୋଇଥିବା ଯୋଗୁଁ ଏହାର ସଂପୂର୍ଣ୍ଣ ଆକଳନ ଆଉ ପ୍ରାୟ କିଛିଦିନ ଲାଗିବ ବୋଲି ଜିଲ୍ଲାପାଳମାନେ କହିଛନ୍ତି । କେନ୍ଦ୍ରୀୟ ଟିମ ପ୍ରତି ଘରକୁ ଘରେ ସର୍ବେକ୍ଷଣ କରିବାକୁ ପରାମର୍ଶ ଦେଇଛନ୍ତି । ପୁନର୍ନିମାଣ, ନଦୀବନ୍ଧ ସୁଦୃଢୀକରଣ, ଆଦି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ସଂପର୍କରେ କେନ୍ଦ୍ରୀୟ ଟିମ୍ ପ୍ରକାଶ କରିଥିଲେ

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା କେନ୍ଦ୍ରୀୟ ଦଳରେ କୃଷି ଓ କୃଷକ କଲ୍ୟାଣ ବିଭାଗ, ଧାନ ବିକାଶ ନିର୍ଦ୍ଦେଶାଳୟ, ପାଟନାର ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ବ୍ୟୟ ବିଭାଗ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ, ନୂଆଦିଲ୍ଲୀ, ନିର୍ଦ୍ଦେଶକ, ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ, ଭୁବନେଶ୍ୱର, ଉପନିର୍ଦ୍ଦେଶକ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ, ନୂଆଦିଲ୍ଲୀ, ଅଧୀକ୍ଷଣ ଯନ୍ତ୍ରୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଭୁବନେଶ୍ୱର, ଅନୁଶାସନ ସଚିବ , ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ନୂଆଦିଲୀ, ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର , ଇସ୍ରୋ, ମହାକାଶ ବିଭାଗ, ହାଇଦ୍ରାବାଦ ର ବୈଜ୍ଞାନିକ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।

Related Articles

Back to top button