Breaking Newsଓଡ଼ିଶା

ହବିଷ୍ୟାଳୀ ମା’ଙ୍କ ପାଇଁ ୩ କୋଟି ୩୦ ଲକ୍ଷ ଟଙ୍କା ଅନୁମୋଦନ

ହବିଷ୍ୟାଳୀ ମା’ଙ୍କ ପାଇଁ ବଡ଼ ପଦକ୍ଷେପ । ଶ୍ରୀକ୍ଷେତ୍ରରେ ଏକମାସ ଧରି ରହି ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ମା’ମାନଙ୍କ ପାଇଁ ରହଣିଠାରୁ ଆରମ୍ଭ କରି ଖାଦ୍ୟପେୟ ଓ ଦର୍ଶନ ପର୍ଯ୍ୟନ୍ତ ସମସ୍ତ ସୁବିଧା ସୁବିଧା କରାଯାଇଛି । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ କୋଟି ୩୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି ।

କେବଳ ରହଣି କି ଖାଇବା ବ୍ୟବସ୍ଥା ନୁହେଁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ, ମହାପ୍ରସାଦ ସେବନ ଏବଂ ଭଜନ-କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବ୍ରତ ପାଳନ ସମୟରେ ଯେପରି କୌଣସି ହବିଷ୍ୟାଳୀ ମା’ ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସେହିପରି କାର୍ତ୍ତିକ ମାସରେ ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ୁଥିବାରୁ ହବିଷ୍ୟାଳୀ ମା’ମାନଙ୍କ ସୁବିଧାଜନକ ଦର୍ଶନ ପାଇଁ ଯାନବାହନ ବ୍ୟବସ୍ଥା କରାଯାଇଛି ।

ଏଥିସହ ସ୍ୱେଚ୍ଛାସେବୀ ମୁତୟନ, ଶୃଙ୍ଖଳା ରକ୍ଷା, ପରିମଳ, ପାନୀୟ ଜଳ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ହବିଷ୍ୟାଳୀ ମା’ଙ୍କ ବ୍ରତ ପାଳନକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିଛି ପ୍ରଶାସନ ।

Related Articles

Back to top button