ମନୋରଞ୍ଜନ

ଧମାକା କରୁଛି ଫିଲ୍ମ ‘ରାମାୟଣ’ । ଆଡଭାନ୍ସ ବୁକିଂରେ ୧୦୦ କୋଟି

ରିଲିଜ୍ ପୂର୍ବରୁ ବକ୍ସ ଅଫିସରେ ଧମାକା କରୁଛି ଫିଲ୍ମ ‘ରାମାୟଣ’ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ । ରିଲିଜ୍ ହେବା ପୂର୍ବରୁ ଆଡଭାନ୍ସ ବୁକିଂରେ ୧୦୦ କୋଟି ଟଙ୍କା ଆୟର ରେକର୍ଡ ଛୁଇଁବାକୁ ଯାଉଛି ଏହି ଫିଲ୍ମ । ମାତ୍ର ୫ ଦିନର ଆଡଭାନ୍ସ ବୁକିଂରୁ ଫିଲ୍ମର ଆୟ ୯୬ କୋଟି ୫୬ ଲକ୍ଷ ଟଙ୍କାରେ ପହଞ୍ଚିଛି ।ଫିଲ୍ମର ହିନ୍ଦୀ ଭର୍ସନକୁ ଦର୍ଶକଙ୍କ ସର୍ବାଧିକ ପସନ୍ଦ ମିଳୁଛି । ଏହାପରେ ତେଲୁଗୁ ଓ କନ୍ନଡ଼ ଭାଷାରେ ମଧ୍ୟ ଭଲ ବୁକିଂ ହୋଇଛି । ସେହିପରି ୩ଡି ସୋ’ ପ୍ରତି ଦର୍ଶକଙ୍କ ଆଗ୍ରହ ଅଧିକ ରହିଛି ।

ମୁମ୍ବାଇ ଆଡଭାନ୍ସ ବୁକିଂରେ ସବୁଠୁ ଆଗରେ ଥିବାବେଳେ ଦିଲ୍ଲୀ ଏନସିଆର ଓ ବେଙ୍ଗାଲୁରୁ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏବଂ ନମିତ ମାଲହୋତ୍ରାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ, ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ । ଏହା ସହ ସନ୍ନି ଦେଓଲ ଓ ରବି ଦୁବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

Related Articles

Back to top button