ରାଜ୍ୟବ୍ୟାପୀ ଜନଜାତୀୟ ଗୌରବ ଦିବସ ପାଳିତ । ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ବଳିଦାନର ଗାଥା ଘରେ ଘରେ ପହଞ୍ଚିବ

ବିଜେପି ସରକାର ଆସିବା ପରେ ସମଗ୍ର ଦେଶରେ ବଡ଼ ପରିବର୍ତନ ହୋଇଛି। ବିଶେଷ କରି ଜନଜାତିମାନଙ୍କ ପାଇଁ ଅନେକ ବିକାଶକମୂଳକ ଯୋଜନା କରାଯାଇଛି। ୨୦୨୧ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କ ପବିତ୍ର ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ଘୋଷଣା କରିଛନ୍ତି। ଏହା ପରଠାରୁ ଦେଶରେ ଆଦିବାସୀ ସମାଜକୁ ନୂତନ ପରିଚୟ ମିଳିପାରିଛି। ଏନେଇ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜୟନ୍ତୀ ଓ ସହିଦ୍ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ଉପଲକ୍ଷେ ୧୧ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନଜାତୀୟ ଗୌରବ ଦିବସ ଅଭିଯାନ ପାଳନ କରାଯିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରସ୍ତୁତି କର୍ମଶାଳାରେ ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ମାନ୍ନାଲାଲ୍ ରାୱତ୍ ଯୋଗଦେଇ ପ୍ରକାଶ କରିଛନ୍ତି।
ଜନଜାତୀୟ ଗୌରବ ଦିବସ ଅଭିଯାନ ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଖସଡ଼ା ପ୍ରସ୍ତୁତ କରାଯାଇଛି। ଏହି ଅଭିଯାନ ଅନୁଯାୟୀ ଜନଜାତିମାନଙ୍କ ଇତିହାସ ଓ ବଳିଦାନ ବିଷୟରେ ଚର୍ଚ୍ଚା କରିବା ପାଇଁ ଯୋଜନା କରାଯାଇଛି। ସ୍ୱାଧୀନତା ସଂଗ୍ରାମରେ ଜନଜାତିମାନଙ୍କର ଏକ ବିରାଟ ଅବଦାନ ରହିଛି। ସ୍ୱତଃପ୍ରବୃତ ଭାବେ ଜନଜାତିମାନେ ସ୍ୱାଧୀନତା ସଂଗ୍ରାମରେ କାର୍ଯ୍ୟ କରିଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଭୂମିକା ଚିରସ୍ମରଣୀୟ। ଇଂଗ୍ରେଜମାନଙ୍କ ଷଡ଼ଯନ୍ତ୍ର କାରଣରୁ ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଏହି ଅଭିଯାନ ଅନ୍ତର୍ଗତ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ତାଙ୍କ ବଳିଦାନର ଗାଥା ଘରେ ଘରେ ପହଞ୍ଚାଇବୁ । ଏଥିସହ ଓଡ଼ିଶାର ଗର୍ବ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ ଏବଂ ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇ ନଥିବା ସମସ୍ତ ଅଜ୍ଞାତ ଆଦିବାସୀ ନାୟକମାନଙ୍କ ବୀରତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରାଯିବ।
ଏହି କର୍ମଶାଳାରେ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ, ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀ ରବି ନାରାୟଣ ନାଏକ, ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ବିଜେପି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ କୁସୁମ ଟେଟେ, ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ କାଳିରାମ ମାଝୀ, ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ୍ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶ୍ରୀ ସୁକେଶୀ ଓରାମ ପ୍ରମୁଖ ଉପସ୍ଥିତ ଥିଲେ ।




