ଦୁଇ ଦିନ ସ୍କୁଲ ବନ୍ଦ, ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

ବଢ଼ିଲା ସ୍କୁଲ ଛୁଟି। ଆହୁରି ଦୁଇ ଦିନ ସ୍କୁଲ ବନ୍ଦ ରହିବ । ହଁ ଆଜ୍ଞା ବାତ୍ୟା ‘ମୁରାସୁ’ର ପ୍ରଭାବକୁ ଦୃଷ୍ଟିରେ ରଖି ନଭେମ୍ବର ୩ ଓ ୪ ତାରିଖ ଅର୍ଥାତ ଦୁଇ ଦିନ ଧରି ସମସ୍ତ ସ୍କୁଲ ବନ୍ଦ ରହିବ । ଲଗାଣ ବର୍ଷା ଓ ଖରାପ ପାଗକୁ ନେଇ ପିଲାଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। କନ୍ଧମାଳ ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଅନୁସାରେ, ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ପାଠପଢ଼ା ବନ୍ଦ ରହିବ। ତେଣୁ ଏହି ଦୁଇ ଦିନ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ ନାହିଁ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଆଗାମୀ ଦିନରେ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ବିଶେଷକରି କନ୍ଧମାଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ବର୍ଷା ଓ ଝଡ଼ବର୍ଷା ନେଇ ସତର୍କ କରାଯାଇଛି।ବାତ୍ୟା ଜନିତ ପାଣିପାଗ ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଏହି ଆଗୁଆ ପଦକ୍ଷେପ ନେଇଛି। ତେବେ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଅଭିଭାବକମାନେ ପିଲାଙ୍କୁ ସୁରକ୍ଷିତ ରଖିବା ସହ ପାଣିପାଗ ସମ୍ପର୍କିତ ସରକାରୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।




