
ଭୁବନେଶ୍ୱର, ଆଜିଠାରୁ ଇପିଏଫଓର ହ୍ବାଟସଆପ ସେବା, ଆରମ୍ଭ ହୋଇଛି।କର୍ମଚାରୀ ଭବିଷ୍ୟନିଧି ସଂଗଠନ ନିଜର କୋଟି କୋଟି ଖାତାଧାରୀଙ୍କୁ, ବଡ଼ ଆଶ୍ବସ୍ତି ଦେଇଛି। ନିୟମ ଓ ସୁବିଧାକୁ ଅଧିକ ସରଳ କରିଦେଇଛି। ଇପିଏଫଓର ୭୪ତମ ପ୍ରତିଷ୍ଠା ଦିବସ ଅବସରରେ, ରବିବାର କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ଦୁଇଟି ବଡ଼ ସୁବିଧାର ଶୁଭାରମ୍ଭ କରିଛନ୍ତି। ଇପିଏଫଓର ଭେରିଫାଏଡ ହ୍ବାଟ୍ସଆପ୍ ନମ୍ବର ମାଧ୍ୟମରେ, ଏବେ କର୍ମଚାରୀ ଭବିଷ୍ୟନିଧି ଖାତାଧାରୀମାନେ, ନିଜ ମୋବାଇଲ୍ରେ ଅନେକ ସୁବିଧା ପାଇପାରିବେ। ଏହା ଅଧୀନରେ ପିଏଫ୍ ବାଲାନ୍ସ ଯାଞ୍ଚ, ଗତ ୫ଟି କାରବାରର ସୂଚନା ଓ ପାସ୍ବୁକ୍ ସମ୍ବନ୍ଧୀୟ ସୂଚନା ,ପାଇପାରିବେ। ଯେଉଁ ପିଏଫ ଖାତାରେ ହଜାର ଟଙ୍କା ଜମା ହୋଇଛି ଓ ଆଧାର ଯାଞ୍ଚ ସରିଛି, ସେହି ଖାତା ପାଇଁ ଆଉ ଦାବି ଫର୍ମ ପୂରଣ, କରିବାକୁ ପଡ଼ିବ ନାହିଁ। ଇପିଏଫଓର ନିର୍ଦ୍ଧାରିତ ପରିଚୟ ଓ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ, ଆପେ ଆପେ ଏହି ଖାତାର ସେଟେଲମେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ। ଏହା ମାଧ୍ୟମରେ ମୋଟ ୫ କୋଟି ଟଙ୍କା ଟ୍ରାନ୍ସଫର ହେବ। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସୂଚନା ଅନୁଯାୟୀ, ଇପିଏଫ୍ଓ ନିଜର ୭୪ ବର୍ଷର ଯାତ୍ରା ମଧ୍ୟରେ ଦେଶର କର୍ମଚାରୀ ବର୍ଗ ପାଇଁ, ଏକ ବିଶ୍ବସନୀୟ ଅନୁଷ୍ଠାନ ଭାବେ, ଉଭା ହୋଇଛି।ଏହି ବ୍ୟବସ୍ଥା ଦ୍ବାରା ପ୍ରାୟ ଲକ୍ଷେ ପିଏଫ ଖାତାଧାରୀଙ୍କୁ ଲାଭ ମିଳିବ।




