
ଭୁବନେଶ୍ୱର,କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ, ୨୦୩୦-୩୧ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ, ମଞ୍ଜୁରୀ ଦେଇଛନ୍ତି।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ତିନୋଟି ସମାନ କିସ୍ତିରେ, ଦିଆଯାଇଥାଏ। ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ସିଧାସଳଖ ଡିବିଟି ଜରିଆରେ, କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ। ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ, ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଜାରି କରାଯାଇଥାଏ। ୨୩ତମ କିସ୍ତି ଜାରି ହେବା ପରେ ଏବେ ଏହି ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ୨୪ତମ କିସ୍ତି ନଭେମ୍ବର-ଡିସେମ୍ବର ୨୦୨୬ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇପାରେ। ଏହି ଯୋଜନା ପୂର୍ବପରି ନିଜର ନିର୍ଦ୍ଧାରିତ ସମୟଚକ୍ର ଅନୁଯାୟୀ ଜାରି ରହିବ ଏବଂ ଯୋଗ୍ୟ ଚାଷୀଙ୍କୁ ପ୍ରତି ୪ ମାସ ବ୍ୟବଧାନରେ ୨,୦୦୦ ଟଙ୍କାର କିସ୍ତି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।ଇ-କେୱାଇସି ସମ୍ପୂର୍ଣ୍ଣ ହେବା ଅତ୍ୟନ୍ତ ଜରୁରୀ, ଯାହା PM-Kisan ପୋର୍ଟାଲରେ ଆଧାର OTP କିମ୍ବା ନିକଟସ୍ଥ CSC କେନ୍ଦ୍ର ଜରିଆରେ କରାଯାଇପାରିବ।ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ୍ ହୋଇଥିବା ଆବଶ୍ୟକ ଏବଂ DBT ସୁବିଧା ମଧ୍ୟ ସକ୍ରିୟ ଥିବା ଉଚିତ୍।



