ଅନ୍ୟାନ୍ୟଶିକ୍ଷା

ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଦୁଇଟି ବଡ଼ ସମସ୍ୟା

ଭୁବନେଶ୍ୱର ,ରାଜ୍ୟର ଶତାଧିକ ସ୍କୁଲରେ,ନାହାନ୍ତି ଆବଶ୍ୟକ ଶିକ୍ଷକ। ବାଣପୁରର କୁମାରାଙ୍ଗ ନୀଳକଣ୍ଠେଶ୍ବର ବିଦ୍ୟାପୀଠରେ, କୌଣସି ସ୍ଥାୟୀ ଶିକ୍ଷକ ନାହାନ୍ତି। ଏଠାରେ ପିଲାଙ୍କୁ ବହିର ଭୁଲ୍ ସଂଶୋଧନ କରି ବୁଝାଇବ କିଏ …. ନବରଙ୍ଗପୁର ପରଜାମିନିଗୁଡା ସ୍କୁଲରେ, ଅବସ୍ଥା ଆହୁରି ସଂଗୀନ। ୫ଟି ଶ୍ରେଣୀ ପାଇଁ ମାତ୍ର ଜଣେ ଶିକ୍ଷକ। ସେ କ୍ଲାସ ନେବେ ନା ବହିର ଭୁଲ ସଂଶୋଧନ କରିବେ …. ଏପଟେ ବାଲେଶ୍ବର ବାଉଁଶବଣିଆ ସ୍କୁଲରେ ଶିକ୍ଷକ ଅଭାବରୁ, ଫାଙ୍କା କ୍ଲାସରୁମରେ ବସିଛନ୍ତି ପିଲା। ସେପଟେ ଯାଜପୁର ଜିଲ୍ଲାରେ ଅନେକ  ସ୍କୁଲରେ, ପହଞ୍ଚିନି ପାଠ୍ୟପୁସ୍ତକ।  ସରକାର କହୁଛନ୍ତି, ପିଲାଙ୍କ ପାଠପଢ଼ା ଯେପରି ବ୍ୟାହତ ନହୁଏ, ସେଥିପାଇଁ, ରୋଡମ୍ୟାପ ପ୍ରସ୍ତୁତ ହେଉଛି। ଅନ୍ୟପଟେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ଯେଉଁ ସବୁ ସ୍କୁଲରେ ଶିକ୍ଷକ ଅଭାବ ରହିଛି ସେଠି ପଦବୀ ପୂରଣ ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି। ସବୁ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ, ଗଠିତ କମିଟି ଖୋଜୁଥିବା ବେଳେ,  ଲୋକସେବା ଭବନରେ, ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ।ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଏହି ଦୁଇଟି ବଡ଼ ସମସ୍ୟା ଏବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି।ପିଲାଙ୍କ ହାତରେ ଭୁଲ୍ ବହି, ସ୍କୁଲରେ ଶିକ୍ଷକ ପଦବୀ ଫାଙ୍କା। ଏଭଳି ସ୍ଥିତିରେ ରାଜ୍ୟରେ କେମିତି ହେବ ପାଠପଢ଼ା !

Related Articles

Back to top button