
ଭୁବନେଶ୍ୱର,ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ପାଣିପାଗ ଉପରେ ଏବେ ନଜର ରହିଛି।ରାଜଧାନୀ ଭୁବନେଶ୍ୱରରେ ସକାଳୁ, ଆକାଶ ମେଘାଛନ୍ନ ରହିଥିଲା। ଏହାପରେ ସକାଳ ପ୍ରାୟ ୯ଟାରୁ ସହରର କିଛି ସ୍ଥାନରେ, ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଛି। ବର୍ଷା ସହ ମଝିରେ ମଝିରେ, ପବନର ବେଗ ମଧ୍ୟ ବଢ଼ୁଥିବା ଜଣାପଡ଼ିଛି। ବାତ୍ୟା ଅର୍ଣ୍ଣବକୁ ନେଇ ଚିନ୍ତା ବଢ଼ୁଥିବାବେଳେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ଏବେଠାରୁ ପାଣିପାଗରେ, ପରିବର୍ତ୍ତନ ଦେଖାଦେଲାଣି। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ପୁରୀ ଓ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ, ବର୍ଷା ଆରମ୍ଭ ହୋଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଛି। ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ, ବାପଟ୍ଲା ଓ ବିଶାଖାପାଟଣା ମଧ୍ୟରେ, ଏହା ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଅତିକ୍ରମ କରିବାର, ପୂର୍ବାନୁମାନ କରାଯାଇଛି।ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ଏବଂ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ମଧ୍ୟ, ପଡ଼ିବା ଆଶଙ୍କା ରହିଛି।


