Breaking Newsଜାତୀୟ

ଟିଭି ଚ୍ୟାନେଲକୁ କଡା ତାଗିଦ । ଏହିସବୁରୁ ଦୂରେଇ ରହିବାକୁ ପରାମର୍ଶ

ଟିଭି ଚ୍ୟାନେଲ ଗୁଡିକୁ ସତର୍କ ସୂଚନା। ଦେଶର ସବୁ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ ପାଇଁ କଡ଼ା ମାର୍ଗଦର୍ଶିକା ଜାରି କରାଯାଇଛି। ମନ ଇଛା କିଛି ପକେଇପାରିବେ ନାହିଁ । ଏମିତି ଆଡଭାଇଜରୀ ଜାରି କରିଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ।  ଅପରାଧ, ଦୁର୍ଘଟଣା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଉପରେ ରିପୋର୍ଟିଂ କରିବା ସମୟରେ ଅତ୍ୟଧିକ ଭୟଙ୍କର କିମ୍ବା ବିଚଳିତ କଲା ପରି ଦୃଶ୍ୟ ପ୍ରସାରଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ବିତର୍କ ଏବଂ ପ୍ୟାନେଲ୍ ଆଲୋଚନା ସମୟରେ କୌଣସି ଧର୍ମ, ସମ୍ପ୍ରଦାୟ କିମ୍ବା ବର୍ଗ ବିରୁଦ୍ଧରେ ଘୃଣା ପ୍ରସାରଣ କରୁଥିବା କିମ୍ବା ଦେଶ ବିରୋଧୀ ଭାବନାକୁ ପ୍ରୋତ୍ସାହିତ କରୁଥିବା ବିଷୟବସ୍ତୁ ପ୍ରସାରଣ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସାରଣ ସମୟରେ ଭାରତର ସରକାରୀ ଏବଂ ସଠିକ୍ ମାନଚିତ୍ର ବ୍ୟବହାର ବାଧ୍ୟତାମୂଳକ। ଯୌନ ଉତ୍ପୀଡ଼ନ ଏବଂ ଅପରାଧ ମାମଲାରେ, ସେମାନଙ୍କର ଗୋପନୀୟତା ଏବଂ ସୁରକ୍ଷା ଦୃଷ୍ଟିରୁ ପୀଡିତଙ୍କ ପରିଚୟ ପ୍ରକାଶ ନକରିବା, ଖବର ପ୍ରସାରଣରେ ଏଆଇ ଏବଂ ଜେନେରେଟିଭ୍ ଏଆଇର ଅଧିକ ବ୍ୟବହାର ସମ୍ପର୍କରେ ମନ୍ତ୍ରଣାଳୟ ପ୍ରସାରକମାନଙ୍କୁ ମଧ୍ୟ ସତର୍କ କରାଇଛି। ଗ୍ରାଫିକ୍ସ, ଭର୍ଚୁଆଲ୍ ଉପସ୍ଥାପନା କିମ୍ବା ଭିଡିଓ ଏଡିଟିଂ ପାଇଁ ଏଆଇ ଉପକରଣଗୁଡ଼ିକୁ କେବଳ ଏକ ସହାୟକ ମାଧ୍ୟମ ଭାବରେ ବ୍ୟବହାର କରାଯାଇପାରିବ।

ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ଗୁଡ଼ିକୁ କେବୁଲ୍ ଟେଲିଭିଜନ୍ ନେଟୱର୍କ (ରେଗୁଲେସନ୍) ଆକ୍ଟ, ୧୯୯୫ ଏବଂ କେବୁଲ୍ ଟେଲିଭିଜନ୍ ନେଟୱର୍କ ରୁଲ୍ସ, ୧୯୯୪ ଅନୁଯାୟୀ ନିର୍ଦ୍ଧାରିତ ପ୍ରୋଗ୍ରାମ୍ କୋଡକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button