ଇଣ୍ଡିଆ କେମ୍ ୨୦୨୬ରେ ଓଡ଼ିଶାର ଦମ୍! ନିବେଶ ଟାଣିବାକୁ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ

ଶିଳ୍ପ ବିକାଶକୁ ଆହୁରି ଗତି ଦେବାକୁ ଓଡ଼ିଶା ସରକାରଙ୍କ ନୂଆ ପ୍ରୟାସ। ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା, ନିବେଶ ବୃଦ୍ଧି ଏବଂ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଏବେ ଗୁରୁତ୍ୱ ଦିଆଯାଉଛି ବିଭିନ୍ନ ଶିଳ୍ପ କ୍ଷେତ୍ରକୁ।ଏହି କ୍ରମରେ ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାକୁ ନିବେଶକଙ୍କ ସମ୍ମୁଖରେ ରଖିବା ଏହି ଅଂଶଗ୍ରହଣର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ଶିଳ୍ପ ଭିତ୍ତିଭୂମି, ଉପଲବ୍ଧ ସମ୍ବଳ, ପ୍ରଗତିଶୀଳ ଶିଳ୍ପ ନୀତି ଏବଂ ନୂଆ ପ୍ରକଳ୍ପ ପ୍ରତିଷ୍ଠାର ସୁଯୋଗକୁ ନିବେଶକଙ୍କ ଆଗରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।
ଇଣ୍ଡିଆ କେମ୍ ୨୦୨୬ରେ କେବଳ ଯୋଗଦାନ ନୁହେଁ, ବରଂ ନିବେଶ ଆଣିବା ପାଇଁ ରହିଛି ଏକ ବଡ଼ ରଣନୀତି।ସମ୍ମିଳନୀ ଅବସରରେ ଆୟୋଜିତ ସିଇଓ ରାଉଣ୍ଡଟେବୁଲ୍ରେ ଶିଳ୍ପ ଜଗତର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଏହାସହ ଦେଶ-ବିଦେଶର ୨୦ରୁ ଅଧିକ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ପୋରେଟ୍ ଅଧ୍ୟକ୍ଷ ଓ ଶିଳ୍ପପତିଙ୍କ ସହ ୱାନ୍-ଟୁ-ୱାନ୍ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।



