
ଓଡ଼ିଶାରେ ପାର୍ବଣ ଋତୁ ଆସିଲେ ବିଶେଷ କରି ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମେଲୋଡି ନାଇଟ୍ ବା ସଙ୍ଗୀତ ଆସରର କ୍ରେଜ୍ ସବୁଠାରୁ ଅଧିକ ଜମିଥାଏ। ବିଭିନ୍ନ ପୂଜା ମଣ୍ଡପ କମିଟି ପକ୍ଷରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ନାମୀଦାମୀ କଣ୍ଠଶିଳ୍ପୀ ଓ ଅର୍କେଷ୍ଟ୍ରା ଗ୍ରୁପ୍କୁ ନିମନ୍ତ୍ରଣ କରାଯାଇଥାଏ। ଓଲିଉଡର ଲୋକପ୍ରିୟ ଗାୟକ ଓ ଗାୟିକାମାନେ ବିଭିନ୍ନ ସହର ଓ ଗ୍ରାମାଞ୍ଚଳର ପୂଜା ମଣ୍ଡପରେ ନିଜର ସୁପରହିଟ୍ ଗୀତ ଗାଇ ଦର୍ଶକଙ୍କୁ ଝୁମାଇଥାନ୍ତି।
ଏହି ସଙ୍ଗୀତ ଆସରଗୁଡ଼ିକରେ କେବଳ ଆଧୁନିକ ଓଡ଼ିଆ କିମ୍ବା ସମ୍ବଲପୁରୀ ଗୀତ ନୁହେଁ, ବରଂ ସଦାବହାର ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଗୀତର ମଧ୍ୟ ବେଶ୍ ଚାହିଦା ରହିଥାଏ । ମାସକ ଆଗରୁ ବୁକ କରିଥାନ୍ତି ପୂଜା କମିଟି । ହେଲେ ଏଥର ସବୁ ଫିକା ପଡିଛି । ମେଲୋଡି କିଙ୍ଗ ଅଭିଜିତ ମଜୁମଦାର ଓ ହ୍ୟୁମାନ ସାଗରଙ୍କୁ ଝୁରିଥିଲେ ଦର୍ଶକ । କିନ୍ତୁ ଶୁଣିବାକୁ ମିଳିନଥିଲା ଏମାନଙ୍କ ସ୍ୱର। ଏହି ଦୁଇ ବିଶିଷ୍ଟ ସଙ୍ଗୀତ କଳାକାରଙ୍କ ଗୀତକୁ ମନେପକାଇ ତାଙ୍କୁ ଝୁରିଛନ୍ତି ଦର୍ଶକ ଓଡି଼ଶାର ପାର୍ବଣରେ ମେଲୋଡିରେ ମଞ୍ଚ ଦୁଲୁକାଉ ଥିବ ଏହି ଦୁଇ କଳାକାରଙ୍କୁ ଏବର୍ଷ ମଞ୍ଚରେ ଦେଖିବାକୁ ମିଳିନଥିଲା।




