Breaking Newsପାଣିପାଗ

ଡ଼ରାଇଲାଣି ଅକ୍ଟୋବର , ମାଡି ଆସୁଛି ବାତ୍ୟା

ସେହି ଅକ୍ଟୋବର ସେହି 29 | ମାଡି ଆସୁଛି ବାତ୍ୟା ..ଦିନ ଯେତିକି ଗଡ଼ୁଛି ଛନକା ସେତିକି ବଢୁଛି । ଏସବୁ ଭିତରେ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିଛି ଘୂର୍ଣ୍ଣିବଳୟ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଏହା ପ୍ରଭାବରେ ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଅକ୍ଟୋବର ୨୫ ବେଳକୁ ଅବପାତ କିମ୍ବା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି |

ଆଗାମୀ ତିନି ଦିନ ମଧ୍ୟରେ ଉପକୂଳ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅନ୍ୟ ଅଞ୍ଚଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।ସବୁଠାରୁ ବଡ଼ କଥା ହେଉଛି, ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ୨୫ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଅନ୍ତର୍ଜାତୀୟ ପାଣିପାଗ ମଡେଲ ଅନୁଯାୟୀ, ଏହା ଅଧିକ ଘନୀଭୂତ ହେଇ ଅକ୍ଟୋବର ୨୯ ବେଳକୁ ବାତ୍ୟାର ରୂପ ନେଇପାରେ। ବାତ୍ୟା ସୃଷ୍ଟି ହେଲା ପରେ ଏହାର ତୀବ୍ରତା ଓ ଗତିପଥ ଆକଳନ କରିହେବ । ତେବେ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ ।

 

Related Articles

Back to top button