ଓଡ଼ିଶାରାଜନୀତି

ମୁମ୍ବାଇରେ ଓଡ଼ିଶାର ନିବେଶ ଫୋକସ୍

‘ଇଣ୍ଡିଆ କେମ୍‌ ୨୦୨୬’ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁମ୍ବାଇରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ରାଜ୍ୟ ନିଜର ଶିଳ୍ପ ସମ୍ଭାବନା ଓ ନିବେଶ ସୁଯୋଗ ଉପସ୍ଥାପନ କରିବ । ଅଗଷ୍ଟ ୨୨ ତାରିଖରେ ମୁମ୍ବାଇରେ ଆୟୋଜିତ ହେବ ଇଣ୍ଡିଆ କେମ୍‌ ୨୦୨୬ । ଏହା ଭାରତର ରାସାୟନିକ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରର ଏକ ପ୍ରମୁଖ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ମୁମ୍ବାଇ ଗସ୍ତ ସମୟରେ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ଯୋଗଦେବେ ।

ଏହାସହ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସିଇଓ ଗୋଲଟେବୁଲ୍ ବୈଠକରେ ମଧ୍ୟ ସାମିଲ ହେବେ । ଏହି ମଞ୍ଚରେ ଓଡ଼ିଶା କୋଇଲା ଗ୍ୟାସିଫିକେସନ୍‌ରେ ରହିଥିବା ସମ୍ଭାବନାକୁ ଉପସ୍ଥାପନ କରିବ । ଏଥିସହ ରାଜ୍ୟରେ ଏକ ସ୍ୱତନ୍ତ୍ର ବୃହତ୍‌ ରାସାୟନିକ ଶିଳ୍ପ ପାର୍କ ସ୍ଥାପନ ସମ୍ପର୍କରେ ଘୋଷଣା କରିବାର ଯୋଜନା ରହିଛି । ରାଜ୍ୟର ଶିଳ୍ପ ଭିତ୍ତିଭୂମି, ନିବେଶ ଅନୁକୂଳ ନୀତି ଏବଂ ରାସାୟନିକ ଓ ପେଟ୍ରୋକେମିକାଲ୍ ଉତ୍ପାଦନ ପାଇଁ ଉପଲବ୍ଧ ସୁଯୋଗକୁ ଦେଶବିଦେଶର ଶିଳ୍ପପତିଙ୍କ ସମ୍ମୁଖରେ ରଖାଯିବ ।

 

Related Articles

Back to top button