Breaking News
ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ବୁଲିବେନି ପୂଜା ପେଣ୍ଡାଲ

ବିଜୟା ଦଶମୀ’ ତଥା ‘ଦଶହରା’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ । ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି, ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର ‘ବିଜୟା ଦଶମୀ’ ତଥା ‘ଦଶହରା’ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ଆଉ ଏଥର ପୂଜା ପେଣ୍ଡାଲ ମୁଖ୍ୟମନ୍ତ୍ରୀ ବୁଲିବେନି ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି | ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳନ କରିବେ ସିଏମ୍ ମୋହନ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁର୍ଗାପୂଜାକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ।




