କୃଷିଜାତୀୟ

ରବି ଫସଲ ଚାଷ ପାଇଁ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣିବାରେ ଚାଷୀଙ୍କୁ ସହାୟତା କରିଥାଏ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ତେବେ କେନ୍ଦ୍ର ସରକାର ମଧ୍ୟ ଦୀପାବଳି ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କୁ ବର୍ଷକୁ ମୋଟ ୬ ହଜାର ଟଙ୍କା ମିଳିଥାଏ। ତିନୋଟି କିସ୍ତିରେ ଚାଷୀଙ୍କ ଖାତାକୁ ପଠାଯାଏ ୨ ହଜାର ଟଙ୍କା ଲେଖାଏଁ।ଏବେ ଆଗାମୀ କିସ୍ତିକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି । କୁହାଯାଉଛି ଦଶହରାର ଠିକ୍ ପରେ ଓ ଆଲୋକର ପର୍ବ ଦୀପାବଳି ପୂର୍ବରୁ ଦେଶର ପ୍ରାୟ ୯.୩୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପିଏମ କିଷାନର ୨୪ତମ କିସ୍ତି ପଠାଯିବ ।

ଯଦି ଆପଣ ମଧ୍ୟ ପିଏମ୍ କିଷାନ ଯୋଜନାର ହିତାଧିକାରୀ, ତେବେ କିସ୍ତି ପାଇବା ପୂର୍ବରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା ନିଶ୍ଚିତ କରନ୍ତୁ।ପ୍ରଥମେ, ଆପଣଙ୍କର e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ। ଯଦି ଅଧୁରା ରହିଛି, ତେବେ ପିଏମ୍ କିଷାନର ଅଧିକାରିକ ପୋର୍ଟାଲ୍ କିମ୍ବା ନିକଟସ୍ଥ CSC କେନ୍ଦ୍ରରେ ଏହା ପୂରଣ କରନ୍ତୁ।ଦ୍ୱିତୀୟରେ, ଆପଣଙ୍କ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ଏବଂ DBT ସୁବିଧା ସକ୍ରିୟ ଅଛି କି ନାହିଁ, ବ୍ୟାଙ୍କରୁ ନିଶ୍ଚିତ କରନ୍ତୁ।

ତୃତୀୟରେ, ଆପଣଙ୍କ ଜମିର ରେକର୍ଡ ଠିକ୍ ଅଛି କି ନାହିଁ ଏବଂ Land Seeding ସ୍ଥିତି ସମ୍ପୂର୍ଣ୍ଣ ହୋଇଛି କି ନାହିଁ, ତାହା ଯାଞ୍ଚ କରନ୍ତୁ। ଯଦି କୌଣସି ତ୍ରୁଟି ରହିଛି, ତେବେ ସମ୍ପୃକ୍ତ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ।ଆପଣଙ୍କ କିସ୍ତିର ସ୍ଥିତି ଜାଣିବା ପାଇଁ pmkisan.gov.in ୱେବସାଇଟ୍‌କୁ ଯାଆନ୍ତୁ। ସେଠାରେ ହିତାଧିକାରୀ ସମ୍ବନ୍ଧୀୟ ବିକଳ୍ପରୁ ନିଜର ତଥ୍ୟ ଯାଞ୍ଚ କରନ୍ତୁ। e-KYC, ଆଧାର ଓ ଜମି ରେକର୍ଡରେ କୌଣସି ସମସ୍ୟା ଥିଲେ ତାହାକୁ ଶୀଘ୍ର ସମାଧାନ କରନ୍ତୁ।

Related Articles

Back to top button