Breaking Newsଜାତୀୟ

ଦଳାଚକଟାରେ ଚାଲିଗଲା ୧୯ ଜୀବନ । ଆକ୍ସନ ମୋଡରେ ସରକାର

କୋଲକାତା ଭୟଙ୍କର ଟ୍ରାଜେଡି । ଜଗତଜନନୀଙ୍କ ଆଖି ଆଗରେ ଠକ୍ ଠାକ୍ ହୋଇ ଚାଲିଗଲା ଜୀବନ । ଚାହୁଁଚାହୁଁ ମା’ର ଦୁଆରେ ସବୁଦିନ ପାଇଁ ଶୋଇଗଲେ ୧୯ ଜଣ । ବର୍ଷା-ଭିଡ଼-ଅବହେଳା ଆଉ ଗୁଜବ ଭିତରେ ତାଣ୍ଡବ ରଚିଲା ମୃତ୍ୟୁ। ଏ ମଣ୍ଡପଟା ଆଜି କାଠ ପାଲଟିଯାଇଛି। କୋଲକାତା ଚୋରବାଗାନ ଦୁର୍ଗାପୂଜା ମଣ୍ଡପ। ଅଦ୍ଭୂଦପୂର୍ବ କଳାକୃତି, ଅପୂର୍ବ ଆକର୍ଷଣ। ହେଲେ ଏଇ ଅସୀମ ସୌନ୍ଦର୍ଯ୍ୟ ସାରା ଦେଶକୁ କରିଦେଇଛି ନିର୍ବାକ।

ଗତକାଲି ସନ୍ଧ୍ୟାରେ ଭୟାବହ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ ଦୋହଲାଇ ଦେଇଛି ସମସ୍ତଙ୍କୁ। ଜୋତା ରହିଗଲା, ପାଦ ଫେରିଲାନି। ମାଆ ରହିଗଲେ, ଦର୍ଶନ କରିବାକୁ ଆସିଥିବା ମଣିଷମାନେ ଆଉ ଫେରିଲେନି। ଦଶହରା ଭିଡ଼ରେ ଜୀବନ ହଜିଗଲା। ଉତ୍ସବର ଆଲୁଅ ଦେଖୁ ଦେଖୁ କେତେ ଘରର ଆଲୁଅ ଲିଭିଗଲା। ଯେଉଁ ମଣ୍ଡପରେ ଖୁସିର ଉତ୍ସବ ଚାଲିଥିଲା, ସେଇଠି ମୃତ୍ୟୁ ଏମିତି ନିରବତା ବିଛେଇଦେଲା ଯେ ଚିକମିକ ଆଲୁଅ ଭିତରେ ବି ସବୁକିଛି ଅନ୍ଧାର ଦିଶୁଛି।ଘଟଣାରେ ପୂଜା ଆୟୋଜକ ଓ ଭଲ୍ୟୁଣ୍ଟିୟରଙ୍କ ସମେତ ୧୮ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ, ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ସମିତିର ସମସ୍ତ ପଦାଧିକାରୀ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଭୟାନକ ଟ୍ରାଜେଡି ପରେ ଚୋରବାଗାନ ମଣ୍ଡପକୁ ସିଲ୍ କରିଛି ପ୍ରଶାସନ। ଜାରି ହୋଇଛି BNSS 163। ମଣ୍ଡପ ଚାରିପାଖ ରାସ୍ତାକୁ ବନ୍ଦ କରିବା ସହିତ ଜଗି ବସିଛି ପୋଲିସ। ଏ ସବୁ ଭିତରେ ସରକାରଙ୍କ ଉପରକୁ ଆଙ୍ଗୁଳି ଉଠୁଛି । ବିଜେପି ସରକାରଙ୍କ ଏହା ପ୍ରଥମ ଥର ଥିଲା। କିନ୍ତୁ ଯେଉଁଭଳି ଭାବେ ଅଘଟଣ ଘଟିଲା । ଏଥିପାଇଁ ସରକାରଙ୍କୁ ଦୋଷ ଦେଉଛନ୍ତି ସାଧାରଣ ଜନତା ।ହେଲେ କୋଲକାତା ଏହି ଭୟଙ୍କର ଟ୍ରାଜେଡି ପରେ ସଚେତନ ହୋଇଯାଇଛନ୍ତି ସରକାର ।

Related Articles

Back to top button