ଦେବଗଡ଼ରେ ସଡ଼କ ସୁରକ୍ଷାକୁ ଗୁରୁତ୍ୱ, ଫ୍ଲାଏଓଭର୍ ଓ ଅଣ୍ଡରପାସ୍ ପାଇଁ ସାଂସଦଙ୍କ ଚିଠି

ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ରେ ବଢ଼ୁଥିବା ଯାନବାହନ ଚଳାଚଳ ଓ ଦୁର୍ଘଟଣା ଆଶଙ୍କାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏହି ରାଜପଥରେ ସଡ଼କ ସୁରକ୍ଷା ଓ ଉନ୍ନତ ଭିତ୍ତିଭୂମି ନିର୍ମାଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।ସାଂସଦଙ୍କ ପ୍ରସ୍ତାବ ଅନୁଯାୟୀ, ଦେବଗଡ଼ ବାଇପାସ୍ର ଆମ୍ବେଦକର ଛକରେ ଏକ ଫ୍ଲାଏଓଭର୍ ସହ ସର୍ଭିସ୍ ରୋଡ୍ ଓ ଆଲୋକୀକରଣ ବ୍ୟବସ୍ଥା କରାଯାଉ। ସେହିପରି ବିର୍ସାମୁଣ୍ଡା ଛକରେ ସ୍ଲିପ୍ ରୋଡ୍ ସହ ଅଣ୍ଡରପାସ୍ ନିର୍ମାଣ ପାଇଁ ସେ ଅନୁରୋଧ କରିଛନ୍ତି।
ଏଥିସହ କଲା, କନ୍ଧଳ ଓ ତିଲେଇବଣି ଅଞ୍ଚଳରେ ସର୍ଭିସ୍ ରୋଡ୍, ଡ୍ରେନ୍, ପଥଚାରୀଙ୍କ ସୁରକ୍ଷା ପାଇଁ ଗାର୍ଡ ରେଲ୍ ଏବଂ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଦେବଗଡ଼ବାସୀଙ୍କ ସୁରକ୍ଷିତ ଯାତାୟାତ ଓ ସଡ଼କ ଦୁର୍ଘଟଣା ହ୍ରାସକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ମଞ୍ଜୁରୀ ଦେବା ପାଇଁ ନୀତିନ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏବେ ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ରହିଛି ନଜର।



