ଜାତୀୟ

ଭୟଙ୍କର ବିସ୍ଫୋରଣ। ଅଳ୍ପକେ ବର୍ତ୍ତିଲେ ଚାଳକ

CNG ଭର୍ତ୍ତି ବେଳେ ଭୟଙ୍କର ବିସ୍ଫୋରଣ।ଅଳ୍ପକେ ବର୍ତ୍ତିଲେ କାର୍‌ରେ ଥିବା ଯାତ୍ରୀ।ବିସ୍ଫୋରଣରେ କାର୍‌ର ପଛ ଅଂଶ ସମ୍ପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ନିକଟରେ ଥିବା ଆଉ ଦୁଇଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ଘଟଣା ଗୁଜରାଟର ବଡୋଦରା ନିକଟ ଜାତୀୟ ରାଜପଥ-୪୮ରେ।କରଜନ ନିକଟ ଜିନ୍ଦଲ କମ୍ପାନୀ ସମ୍ମୁଖରେ ଥିବା ଏକ CNG ପମ୍ପରେ ଘଟିଛି ଏହି ଭୟଙ୍କର ଅଘଟଣ।

CNG ଭର୍ତ୍ତି କରିବା ପାଇଁ ପମ୍ପକୁ ଆସିଥିଲା ଏକ କାର୍।କର୍ମଚାରୀ ଗାଡ଼ିରେ CNG ନୋଜଲ୍ ଲଗାଇବା ପରେ ହଠାତ୍ ଗ୍ୟାସ୍ ଟାଙ୍କିରେ ଜୋରଦାର ବିସ୍ଫୋରଣ ହୋଇଥିଲା।ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ କାର୍‌ର ପଛ ଅଂଶ ସମ୍ପୂର୍ଣ୍ଣ ଫାଟି ଯାଇଥିଲା।ଘଟଣାସ୍ଥଳରେ ଥିବା ଆଉ ଦୁଇଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ତେବେ ଏହି ଘଟଣାରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀମାନେ।ବିସ୍ଫୋରଣ ସମୟରେ କାର୍ ଭିତରେ କେହି ନଥିଲେ। ଯାତ୍ରୀମାନେ ଗାଡ଼ିରୁ ବାହାରି ଠିଆ ହୋଇଥିବାରୁ ଅଳ୍ପକେ ରକ୍ଷା ପାଇଥିଲେ।

ପ୍ରାଥମିକ ଭାବେ ଟାଙ୍କିରେ ଅତ୍ୟଧିକ ଚାପ ସୃଷ୍ଟି ହେବା ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି।ତେବେ ବିସ୍ଫୋରଣର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ।CNG ପମ୍ପରେ ଏଭଳି ଘଟଣା ପରେ ଗାଡ଼ିର CNG ସିଷ୍ଟମ୍ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଘଟଣା ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ।

Related Articles

Back to top button