
ଭୁବନେଶ୍ୱର,୨୦୩୦ ସୁଦ୍ଧା ଭାରତର ଡାଟା ସେଣ୍ଟର କ୍ଷମତାକୁ, ତିନିଗୁଣ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି ସରକାର । ଗୁଗୁଲ୍, ମେଟା ଏବଂ ମାଇକ୍ରୋସଫ୍ଟ ଭଳି ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟ ଭାରତରେ, ଡାଟା ସେଣ୍ଟର ନିର୍ମାଣ ପାଇଁ କୋଟି କୋଟି ଟଙ୍କା ନିବେଶ ଘୋଷଣା କରିଛନ୍ତି । ବିଶେଷକରି ସରକାରୀ ନୀତି ଅନୁସାରେ ଭାରତୀୟ ଉପଭୋକ୍ତାଙ୍କ ଡାଟାକୁ ସ୍ଥାନୀୟ ଭାବରେ ସଂରକ୍ଷଣ କରିବାକୁ କୁହାଯାଇଛି ।ଭବିଷ୍ୟତରେ ଭାରତ ଇଓ ଏବଂ ଡାଟା ସେଣ୍ଟର ପାଇଁ, ଏକ ବିଶ୍ୱସ୍ତରୀୟ କେନ୍ଦ୍ର ହେବାକୁ ଯାଉଛି । ଇଓ ଏବଂ କ୍ଲାଉଡ୍ ଷ୍ଟୋରେଜ୍ ଭାରତର ଡିଜିଟାଲ୍ ଅର୍ଥନୀତିକୁ, ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଅନେକ ସରକାରୀ ଯୋଜନା ଅଧୀନରେ, ଭିତ୍ତିଭୂମି ବିକାଶ ପାଇଁ ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକ ଭାରତ ଆଡ଼କୁ ଆକର୍ଷିତ ହେଉଛନ୍ତି । ବର୍ତ୍ତମାନ ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ ଏବଂ ନୋଏଡା ଭଳି ସହରରେ, ଡାଟା ସେଣ୍ଟର ନିର୍ମାଣ କରାଯାଉଛି । ଏଠାରେ ଉପଭୋକ୍ତାଙ୍କ ତଥ୍ୟ ସ୍ଥାନୀୟ ଭାବରେ, ସଂରକ୍ଷଣ କରାଯିବ। ଡାଟା ସେଣ୍ଟରଗୁଡ଼ିକ ରାଜଧାନୀ ଦିଲ୍ଲୀ ନିକଟବର୍ତ୍ତୀ, ନୋଏଡା, ହାଇଦ୍ରାବାଦ, ମୁମ୍ବାଇ ଏବଂ ଚେନ୍ନାଇ ସମେତ ଦେଶର ପ୍ରମୁଖ ସହରରେ, ନିର୍ମାଣ କରାଯାଉଛି ।




