ପାଣିପାଗ

ମେଡିକାଲରେ ଆଣ୍ଠୁଏ ଆଣ୍ଠୁଏ ପାଣି

ଲଗାଣ ବର୍ଷାରେ ବେହାଲ ସାରା ଓଡିଶା । କେତେକ ସ୍ଥାନରେ ନଦୀ ଘାଇ ଭାଙ୍ଗି ପାଣିରେ ଭାସିଛି ଅଂଚଳ | ମାଲକାନଗିରି , ନବରଙ୍ଗପୁର ପୁରା ଜଳମଗ୍ନ ହୋଇପଡ଼ିଛି | ହସ୍ପିଟାଲରେ ବି ଆଣ୍ଠୁଏ ଆଣ୍ଠୁଏ ପାଣି | ଫଳରେ ରୋଗୀଙ୍କ ଯାତାୟାତଠାରୁ ଆରମ୍ଭ କରି ଚିକିତ୍ସାସେବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି । ବର୍ଷା ହେଲେ ମେଡିକାଲ୍ ପରିସରରେ ପାଣି ଜମି ରହୁଥିବାରୁ ରୋଗୀ ଓ ସମ୍ପର୍କୀୟଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଦିନେ କି ଦୁଇ ଦିନ ନୁହେଁ, ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ଦିନ ଦିନ ଧରି ଜମି ରହୁଛି । ଏହାଦ୍ୱାରା ମେଡିକାଲ୍ ପରିସରରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଛି ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଝରିଗାଁ ବିଧାୟକ ନରସିଂହ ଭତ୍ର । ମେଡିକାଲ୍ ପରିସରରେ ପାଣି ଜମି ରହିବାର କାରଣ ଓ ରୋଗୀସେବା ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ସ୍ଥିତି ପରଖାଯାଇଛି । ତେବେ ପ୍ରଶ୍ନ ଉଠୁଛି—ସ୍ୱାସ୍ଥ୍ୟକେନ୍ଦ୍ର ଭଳି ଅତ୍ୟାବଶ୍ୟକ ସେବା କେନ୍ଦ୍ରରେ ଯଦି ବର୍ଷା ହେଲେ ଆଣ୍ଠୁଏ ପାଣି ଜମିବ, ତେବେ ରୋଗୀଙ୍କୁ କିଭଳି ମିଳିବ ସୁବିଧାଜନକ ଚିକିତ୍ସାସେବା? ତେଣୁ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବାକୁ ଦାବି ହେଉଛି ।

 

Related Articles

Back to top button