ଓଡ଼ିଶାପାଣିପାଗ

ସତର୍କତା ଜାରି କରିଛି ପାଣିପାଗ ବିଭାଗ।

ଭୁବନେଶ୍ୱର ,ସତର୍କତା ଅବଲମ୍ବନ କରିବାକୁ, ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଆଜି ପାଇଁ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ, ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ବାକି ୨୮ ଜିଲ୍ଲାକୁ ଜାରି ହୋଇଛି, ୟେଲୋ ଆଲର୍ଟ। ତେବେ ଆସନ୍ତାକାଲି ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇପାରେ।

ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ, ବର୍ଷା ଆଲର୍ଟ ରହିଛି।ଉତ୍ତର ଓଡିଶା ଉପକୂଳ ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ, ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ, ବର୍ଷା ଲାଗି ରହିଛି।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସତର୍କତା ଜାରି କରିଛି, ପାଣିପାଗ ବିଭାଗ।

Related Articles

Back to top button