Uncategorized

ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲା ସିଜେପି:

ନୂଆଦିଲ୍ଲୀ: ସ୍ୱତନ୍ତ୍ର ଭୋଟର ତାଲିକା (ଏସଆଇଆର) ବିବାଦକୁ ନେଇ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି କକ୍ରୋଚ ଜନତା ପାର୍ଟି (ସିଜେପି)। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି। ନଚେତ୍ ଦେଶସାରା ବ୍ୟାପକ ଆନ୍ଦୋଳନ କରାଯିବ ବୋଲି CJP ଧମକ ଦେଇଛି। ନିର୍ବାଚନ କମିଶନରଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଓ ନିର୍ବାଚନୀ ଅନିୟମିତତା ନେଇ ଇଂରାଜୀ ଦୈନିକ ‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ରିପୋର୍ଟ ପରେ, CJP ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଗାମୀ ସମସ୍ତ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛି। ଦଳର ପ୍ରତିଷ୍ଠାତା ଥତା ସଂଯୋଜକ ଅଭିଜିତ ଦୀପକେ କହିଛନ୍ତି ଯେ, ସଂଗଠନ ପକ୍ଷରୁ ନୂଆଦିଲ୍ଲୀ ସମେତ ଦେଶବ୍ୟାପୀ ପ୍ରତିବାଦ ସଭା ଆୟୋଜନ କରାଯିବ। ସେହିପରି ସହ-ସଂଯୋଜକ ସୌରଭ ଦାସ ଦଳ ପକ୍ଷରୁ ତିନୋଟି ମୁଖ୍ୟ ଦାବି ଉପସ୍ଥାପନ କରିଛନ୍ତି: ୧. ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ତୁରନ୍ତ ଇସ୍ତଫା।

Related Articles

Back to top button