Uncategorized

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ଫଳ

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷର ସ୍ନାତକୋତ୍ତର (ପିଜି) ପ୍ରବେଶିକା ପରୀକ୍ଷା ବା କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ‘ସାମ୍ସ’ପୋର୍ଟାଲ୍‌କୁ ଯାଇ ନିଜର ପରୀକ୍ଷାଫଳ ତଥା ମେରିଟ୍ ଲିଷ୍ଟ ଦେଖିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୬-୨୭ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥର ସର୍ବମୋଟ୍ ୫୦ଟି ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ପରୀକ୍ଷା କରାଯାଇଥିଲା।

Related Articles

Back to top button