Uncategorized
ଓଡ଼ିଶାକୁ ରେଡ୍ ଆଲର୍ଟ: ଭଦ୍ରକ, ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା


ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ २४ ଘଣ୍ଟା ମଧ୍ୟରେ ଏହା ଉତ୍ତର ଦିଗକୁ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ଅନ୍ୟପଟେ, ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ଉପରେ ସକ୍ରିୟ ଥିବା ଲଘୁଚାପ ସଂଲଗ୍ନ ଘୂର୍ଣ୍ଣିବଳୟ ଏବଂ ମୌସୁମୀ ନିମ୍ନଚାପ ରେଖାର ମିଳିତ ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ହେଉଛି। ଏହା ଯୋଗୁଁ କିଛି ଜିଲ୍ଲାରେ ଭାରିରୁ ଅତି ଭାରି ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।




