
ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି | ଡିଜିପି ନିଯୁକ୍ତିକୁ ନେଇ ଚାଲିଥିବା ମାମଲାରେ ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର।ଡିଜିପି ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମିତତା ହୋଇନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।ଅନ୍ୟପଟେ, ମାମଲାରେ ଆବେଦନକାରୀ ପକ୍ଷ ମଧ୍ୟ ସୁପ୍ରିମକୋର୍ଟରେ ନିଜର ଯୁକ୍ତି ରଖିଛନ୍ତି।ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଡିଜିପି ନିଯୁକ୍ତି ମାମଲାର ଶୁଣାଣି ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ତେବେ ଆସନ୍ତା ମଙ୍ଗଳବାର ପାଇଁ ସୁପ୍ରିମକୋର୍ଟ କିଛି କ୍ଲାରିଫିକେସନ୍ ମାଗିଛନ୍ତି।ଏହି କାରଣରୁ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର ହେବ।ମଙ୍ଗଳବାର ଶୁଣାଣି ପରେ ସୁପ୍ରିମକୋର୍ଟ ରାୟ ଶୁଣାଇପାରନ୍ତି, କିମ୍ବା ରାୟ ସଂରକ୍ଷିତ ରଖିପାରନ୍ତି।ଏବେ ସମସ୍ତଙ୍କ ନଜର ଆସନ୍ତା ମଙ୍ଗଳବାରର ଶୁଣାଣି ଉପରେ।




