ଓଡ଼ିଶା

ନୂଆ ଡିସିପି ସର୍ବଣା ବିବେକ୍‌

ବ୍ରହ୍ମପୁର ଏସ୍‌ପି ହେଲେ ଭୁବନେଶ୍ବର ଡିସିପି । ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ୍‌ ଏମ୍‌ ଙ୍କୁ ଭୁବନେଶ୍ବର ଡିସିପି ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଭୁବନେଶ୍ବର ଡିସିପି ଥିବା ଜଗମୋହନ ମୀନା ସ୍ବେଚ୍ଛାକୃତ ଭାବେ ଚାକିରିରୁ ଅବସର ନେବା ପରେ ଭୁବନେଶ୍ବର ଡିସିପି କିଏ ହେବେ ସେ ନେଇ ଲାଗି ରହିଥିଲା ଚର୍ଚ୍ଚା । ଏବେ ସର୍ବଣା ବିବେକ୍‌ ଏମ୍‌ ଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୪ ଜଣ IPS ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଭାଗୀୟ ନିର୍ଦ୍ଦେଶ ଅନୁସାରେ, ବଦଳି ହୋଇଥିବା ଅଧିକାରୀମାନେ ନିଜ ନୂଆ ପଦବୀରେ ଦାୟିତ୍ୱ ଗ୍ରହଣ କରିବେ ।

Related Articles

Back to top button