ଓଡ଼ିଶାପାଣିପାଗ

ଘାରିଲାଣି ଭୟ , ରାତିରେ ମାଡ଼ ହେବ ବାତ୍ୟା ଅର୍ଣ୍ଣବ!

ବଢିଲାଣି ଭୟ, ରାତିକୁ ଆସୁଛି ବିପଦ। ସମୁଦ୍ରରେ ପାଖେଇ ଆସୁଛି ଗଭୀର ଅବପାତ। କମୁଛି ଗତି, ସମୁଦ୍ରରେ ଗୋଟାଉଛି ଶକ୍ତି । ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଆସୁଛି ଗଭୀର ଅବପାତ | ଗଭୀର ଅବପାତ ବର୍ତ୍ତମାନ କଳିଙ୍ଗପଟ୍ଟନମ ଠାରୁ ୬୦ କିମି, ଗୋପାଳପୁର ଠାରୁ ୧୫୦ କିମି ଏବଂ ପୁରୀ ଠାରୁ ୨୪୦ କିମି ଦୂରରେ ରହିଥିବା ବେଳେ ଧିରେ ଧିରେ ଆଗକୁ ବଢୁଛି ।

ଆଇଏମ୍‌ଡିର ଆକଳନ ଅନୁଯାୟୀ, ଗଭୀର ଅବପାତଟି ଆଜି ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ । ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ସହ ପବନ ବଢ଼ିବା ଆଶଙ୍କା, ସମୁଦ୍ର ମଧ୍ୟ ରହିବ ଅଶାନ୍ତ ।ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଅତି ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବିଭିନ୍ନ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ପ୍ରବଳ ବର୍ଷା ହୋଇପାରେ।

୫ ସେପ୍ଟେମ୍ବରରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୨୬ ସେପ୍ଟେମ୍ବରରେ ଓଡ଼ିଶାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ଓ ୨୪ ତାରିଖ ପାଇଁ କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଯେଉଁଥିରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ୨୪-୨୫ ସେପ୍ଟେମ୍ବର ପାଇଁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

 

 

 

 

 

Related Articles

Back to top button