Uncategorized

ଭିଣୋଇଙ୍କ ଦଶାହ ତୁଠରେ ସୁଅରେ ଭାସି ଶଳା ମୃତ

ଭୁବନେଶ୍ବର: ଅନୁଗୁଳ ଜିଲ୍ଲାରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା। ଭିଣୋଇଙ୍କ ଦଶାହ କର୍ମ ତୁଠରେ ଗାଧୋଉଥିବା ସମୟରେ ପାଣି ସ୍ରୋତରେ ଭାସିଯାଇ ହୋମ୍‌ପାଇପ୍‌ରେ ଫସିଯିବାରୁ ଶଳାଙ୍କର କରୁଣ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଜଣକ ହେଲେ ଯୁକୁବୁ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ କିଶୋର ସାହୁ। ମିଳିଥିବା ସୂଚନା ଅନୁସାରେ, ତୁମୁଣି ଗାଁରେ ବିମଳଙ୍କ ଭିଣୋଇ ଗିରିଶ ବିଶ୍ୱାଳଙ୍କ ଦଶାହ କର୍ମ ଚାଲିଥିଲା। ଏହି ଉପଲକ୍ଷେ ବିମଳ ଅନ୍ୟ ସମ୍ପର୍କୀୟମାନଙ୍କ ସହ ମାତେଳିଆ ଯୋର ତୁଠକୁ କ୍ଷୁର ହେବା ପାଇଁ ଯାଇଥିଲେ। କ୍ଷୁର କାର୍ଯ୍ୟ ଶେଷ ହେବା ପରେ ସେ ଯୋରର ପାଣିରେ ଗାଧୋଉଥିଲେ। ତେବେ ଗାଧୋଉଥିବା ବେଳେ ପ୍ରବଳ ପାଣି ସ୍ରୋତ ତାଙ୍କୁ ଟାଣି ନେଇଥିଲା, ଯାହାଫଳରେ ସେ ଯୋର ବାଇପାସ୍ ରାସ୍ତାରେ ଥିବା ହୋମ୍‌ପାଇପ୍ ଭିତରେ ଫସି ଯାଇଥିଲେ। ଉପସ୍ଥିତ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଅପ୍ରାଣ ଚେଷ୍ଟା କରିଥିଲେ ହେଁ ସଫଳ ହୋଇନଥିଲେ। ପରେ ଜେସିବି ସାହାଯ୍ୟରେ ତାଙ୍କୁ ହୋମ୍‌ପାଇପ୍ ଭିତରୁ ବାହାର କରାଯାଇଥିଲା, ମାତ୍ର ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

Related Articles

Back to top button