Uncategorized

ଅନ୍‌ଲାଇନ୍‌ ଗାଡ଼ି ଚାଳକଙ୍କ ଆନ୍ଦୋଳନ: “ଗାଡ଼ି ସିଜ୍‌ ହେବ, ଗିରଫ କରିବୁ”- ଡିସିପି

ଭୁବନେଶ୍ୱର: ଭୁବନେଶ୍ୱରରେ ଅନ୍‌ଲାଇନ୍‌ ଗାଡ଼ି ଚାଳକମାନଙ୍କ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ଆଜି ଲୋୟର ପିଏମ୍‌ଜିରୁ ରାଜମହଲ ଛକ ଏବଂ ରେଳବାଇ ଷ୍ଟେସନ୍‌ ପର୍ଯ୍ୟନ୍ତ ପ୍ରତିବାଦକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶହ ଶହ ଗାଡ଼ି ରାଜରାସ୍ତାରେ ରଖି ପ୍ରତିବାଦ କରିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବା ସହ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ପୋଲିସ୍‌ ଉପରକୁ ପଥର ମାଡ଼ କରିବା ସହ ‘ଆମ ବସ୍‌’ ଭାଙ୍ଗି ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ଏହି ଘଟଣାରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, “ହିଂସାକାଣ୍ଡରେ ସଂପୃକ୍ତ ଗାଡ଼ିଗୁଡ଼ିକୁ ସିଜ୍‌ କରାଯିବା ସହ ଏଫ୍‌ଆଇଆର୍‌ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ।”

Related Articles

Back to top button