ଓଡ଼ିଶା

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ବିଧାନସଭାରେ ଶପଥ ପାଠ

ମୋବାଇଲ ନ୍ୟୁଜ 24×7 : ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ଆଉ ଏକ ପଦକ୍ଷେପ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଓଡ଼ିଶା ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଛି ସାଧୁତା ଶପଥ ପାଠ କାର୍ଯ୍ୟକ୍ରମ।ଏହି ଅବସରରେ ବିଧାନସଭାର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ଦିଗରେ ନିରନ୍ତର ଉଦ୍ୟମ କରିବା ସହ ସ୍ୱଚ୍ଛତା, ସାଧୁତା ଓ ନୈତିକତାର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଶପଥ ନେଇଛନ୍ତି।

କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ମୁଖ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ ବେହେରା, ଯୁଗ୍ମ ସଚିବ ଶ୍ରୀମତୀ କସ୍ତୁରୀ ପ୍ରଧାନ, ଶ୍ରୀ ବିଦ୍ୟାଧର ମାଝୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ୱଚ୍ଛ ପ୍ରଶାସନ, ଦାୟିତ୍ୱବୋଧ ଓ ସାଧୁତାର ମନ୍ତ୍ର ନେଇ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନର ଆହ୍ୱାନ ଦେଇଛି ଏହି କାର୍ଯ୍ୟକ୍ରମ।

Related Articles

Back to top button