ଅପରାଧଓଡ଼ିଶା

ଚାନ୍ଦା ମାଗିଲେ କଡା ଆକ୍ସନ | ଜୋର୍ ଜବରଦସ୍ତି ଚାନ୍ଦା ମାଗି ୩ ଗିରଫ|

ଆଗକୁ ଆସୁଛି ଦଶହରା, କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜା। ପୂଜା ନାଁରେ ଜୋରଜବରଦସ୍ତି ଚାନ୍ଦା ଆଦାୟ କିମ୍ବା ଦାଦାବଟି ଆଦାୟକୁ ନେଇ ଏବେଠାରୁ ଆକ୍ସନ୍ ମୋଡ୍‌ରେ କଟକ କମିସନରେଟ୍ ପୋଲିସ।ରାସ୍ତାରେ ଗାଡ଼ି ଅଟକାଇ ଚାନ୍ଦା ମାଗିବା ଏବଂ ବ୍ୟବସାୟୀଙ୍କୁ ଜୋରଜବରଦସ୍ତି ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ।ମର୍କତନଗର ଥାନା ଅଞ୍ଚଳରୁ ୨ ଜଣ ଏବଂ ଜଗତପୁର ଥାନା ଅଞ୍ଚଳରୁ ଜଣେ ଗିରଫ ହୋଇଛନ୍ତି। ଗିରଫ ପରେ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ପୂଜା ସମୟରେ ଏଭଳି ଅଭିଯୋଗ ବଢ଼ୁଥିବାରୁ ଏବେ ଚାନ୍ଦା ଆଦାୟ ଉପରେ କଡ଼ା ନଜର ରଖିଛି ପୋଲିସ ।

କଟକ ଡିସିପି ସ୍ପଷ୍ଟ କରିଛନ୍ତି ଯେ ଚାନ୍ଦା ନାଁରେ ଦାଦାବଟି କିମ୍ବା ଜୋରଜବରଦସ୍ତି ଆଦାୟକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ। ଯଦି କେଉଁଠି ଜୋରଜବରଦସ୍ତି ଚାନ୍ଦା ଆଦାୟ ହେଉଛି, ତେବେ ତୁରନ୍ତ ୧୧୨ କିମ୍ବା ପୁଲିସ ପକ୍ଷରୁ ଜାରି ହୋଇଥିବା ୮୨୮୦୩୩୮୩୦୩ ନମ୍ବରରେ ସୂଚନା ଦେବାକୁ ଅପିଲ୍ କରାଯାଇଛି।ଆଗକୁ ପୂଜା ଋତୁ ଥିବାରୁ ଜୋରଜବରଦସ୍ତି ଚାନ୍ଦା ଆଦାୟ ଓ ଦାଦାବଟି ବିରୋଧରେ ପୁଲିସର ଆକ୍ସନ୍ ଆହୁରି କଡ଼ା ହେବ ବୋଲି କହିଛି କଟକ କମିସନରେଟ୍ ପୋଲିସ |

Related Articles

Back to top button