ଓଡ଼ିଶାରାଜନୀତି

୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ

 ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସମୁଦାୟ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଗୋଟିଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଗୋଟିଏ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ, ଆଇନ ବିଭାଗର ୩ଟି ଓ ଶକ୍ତି ବିଭାଗର ୨ଟି ପ୍ରସ୍ତାବ କ୍ୟାବିନେଟରେ ଉପସ୍ଥାପନ କରାଯାଇଥିଲା। କ୍ୟାବିନେଟ ଅନୁମୋଦନ ଲାଭ କରିଥିବା ଓମ୍‌ଫ୍ରା ଅନୁସାରେ ଓଡ଼ିଶା ଉପକୂଳରେ ଥିବା ମାଛଧରା ବନ୍ଦର ଏବଂ ଫିସ୍ ଲାଣ୍ଡିଂ ସେଣ୍ଟରଗୁଡ଼ିକର ଆଧୁନିକୀକରଣ ତଥା ସ୍ମାର୍ଟ- ଗ୍ରିନ୍ ଭିତ୍ତିଭୂମି ବିକାଶ ସମ୍ଭବ ହେବ। ଫଳରେ ସାମୁଦ୍ରିକ ଉତ୍ପାଦ ରପ୍ତାନି ତ୍ବରାନ୍ବିତ ହେବା ସହ ନିଯୁକ୍ତି ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ବଳ ମିଳିବ।ନୀଳ ଅର୍ଥନୀତିର ଭିତ୍ତିଭୂମି ସୁଦୃଢ଼ ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ ବିଧେୟକ ୨୦୨୬କୁ ଅନୁମୋଦନ କରିଛନ୍ତି। ପୂର୍ବରୁ ପ୍ରଚଳିତ ଆଇନରେ ସଂଶୋଧନ କରାଯାଇଛି। ନୂଆ ଆଇନ ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ କେଜ୍ କଲଚର୍, ସିୱିଡ୍ କଲ୍‌ଚର, ମେରିକଲ୍‌ଚର କାର୍ଯ୍ୟକଳାପ, ସାମୁଦ୍ରିକ ଜଳଭାଗର ପୁନରୁଦ୍ଧାର ପାଇଁ କୃତ୍ରିମ ପ୍ରବାଳର ବ୍ୟବହାର ଏବଂ ଅନ୍ୟ ଲାଭଦାୟୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ମିଳିବ।

Related Articles

Back to top button