Uncategorized

କର୍ଣ୍ଣାଟକ କଂଗ୍ରେସ ମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ: କର୍ଣ୍ଣାଟକର ଲୋକସମ୍ପର୍କ ଓ ଲୋକନିର୍ମାଣ ବିଭାଗ (ପିଡବ୍ଲ୍ୟୁଡି) ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସତୀଶ ଜାରକିହୋଲିଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡିର ସ୍ୱତନ୍ତ୍ର ଦଳ ବେଙ୍ଗାଲୁରୁ, ବେଲାଗାଭି ଏବଂ ମହାରାଷ୍ଟ୍ରର ପ୍ରାୟ ୧୮ଟି ଭିନ୍ନ ଭିନ୍ନ ସ୍ଥାନରେ ଏକାସାଙ୍ଗରେ ବିଶାଳ ଚଢ଼ାଉ ଜାରି ରଖିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ସ୍ଥିତ ଡଲାର କଲୋନୀରେ ଥିବା ମନ୍ତ୍ରୀଙ୍କ ସରକାରୀ ବାସଭବନରେ ମଧ୍ୟ ଏହି ତଲାସି ଅଭିଯାନ ଚାଲୁରହିଛି। ଆଜି ସକାଳୁ ଇଡି ଅଧିକାରୀମାନେ ସିଆରପିଏଫ ଯବାନଙ୍କ ସହ ଦୁଇଟି ଗାଡ଼ିରେ ଆସି ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଘଟଣାସ୍ଥଳରୁ କେଉଁସବୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ କିମ୍ବା ନଗଦ ଟଙ୍କା ଜବତ ହୋଇଛି, ସେ ନେଇ ଇଡି ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ଦିଆଯାଇନାହିଁ। ତଦନ୍ତର ପରିସର କେବଳ ସତୀଶ ଜାରକିହୋଲିଙ୍କ ମଧ୍ୟରେ ସୀମିତ ନାହିଁ। ତାଙ୍କ ଝିଅ ତଥା କଂଗ୍ରେସ ସାଂସଦ ପ୍ରିୟଙ୍କା ଜାରକିହୋଲିଙ୍କ ସହ ଜଡ଼ିତ ବିଭିନ୍ନ ସମ୍ପତ୍ତି ଏବଂ ସ୍ଥାନଗୁଡ଼ିକରେ ମଧ୍ୟ ଚଢ଼ାଉ କରାଯାଉଛି। ତଦନ୍ତକାରୀ ସଂସ୍ଥା ବେଙ୍ଗାଲୁରୁ, ବେଲାଗାଭି ଓ ମହାରାଷ୍ଟ୍ରର ବିଭିନ୍ନ ଠିକଣାରୁ ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଓ ଅନ୍ୟାନ୍ୟ ପ୍ରମାଣପତ୍ର ଯାଞ୍ଚ କରୁଛି।

Related Articles

Back to top button