Uncategorized

ରାଜରାସ୍ତାରେ ଜନ୍ମାଷ୍ଟମୀ ପାଳିଲେ ଶିକ୍ଷକ ସମାଜ

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ  ଚାଲିଥିବା ଅହୋରାତ୍ର ଗଣଧାରଣା ୨୦ ଦିନରେ ଉପନୀତ ହୋଇଛି। ଆଜି ସାରା ଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଉଥିଲା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ବିଦ୍ୟାଳୟ ଛାଡ଼ି ରାଜଧାନୀର ଗାନ୍ଧିମାର୍ଗରେ ଖୋଲା ଆକାଶ ତଳେ ଭୋକ ଉପାସରେ ପଡ଼ିରହି ଶ୍ରୀକୃଷ୍ଣଙ୍କ ପୂଜା କରିବା ଦୁଃଖ ଓ ପରିତାପର ବିଷୟ। ପ୍ରତିଶ୍ରୁତି ଦେଇ ପାଳନ ନକରିବା ଓ ସରକାରୀ ଉଦାସୀନତା ଯୋଗୁଁ ହଜାର ହଜାର ଶିକ୍ଷକ ଶିକ୍ଷାକର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି ବୋଲି ଓଡ଼ିଶା ସ୍କୁଲ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ମୁଖ୍ୟ ଆବାହକ ରଞ୍ଜନ କୁମାର ଦାଶ କହିବା ସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

Related Articles

Back to top button