ଓଡ଼ିଶାରାଜନୀତି

ନିର୍ଦ୍ଦେଶ ଦେଲେ ନବୀନ, କୋଟିଆ ଯିବେ ବିଜେଡି ଟିମ୍

କୋଟିଆକୁ ନେଇ ତେଜିଛି ରାଜନୀତି । ଆନ୍ଧ୍ର ନା ଓଡ଼ିଶାର କାହାର କୋଟିଆ ? ଏହାକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶ କୋଟିଆରେ ପୋଷ୍ଟର ମାରିବା ସହ କୋଟିଆ ଲୋକଙ୍କୁ ଭୋଟର ଆଇ-କାର୍ଡ ବାଣ୍ଟି ସାରିଲାଣି । ଏ ନେଇ ଆଜି କୋଟିଆ ଯିବେ ବିଜେଡି ଟିମ୍ । କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା ଚଳାଇଥିବା ବେଳେ ବିଜେଡି ଟିମ୍ ଆଜି କୋଟିଆ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ସଭାପତି ଝିନ ହିକକା ଓ ରାଜ୍ୟ ସ୍ତରୀୟ ଟିମ୍ କୋଟିଆ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।କୋଟିଆରେ ଆନ୍ଧ୍ରର ଦାଦାଗିରିକୁ ନେଇ ବିଜେଡି ବିରୋଧ କରିବ । ଟିମ୍‌ରେ ପ୍ରଦୀପ ମାଝୀ, ରମେଶ ମାଝୀ, ଭୃଗୁ ବକ୍ସିପାତ୍ର, ରବି ନନ୍ଦ, ତୁମ୍ଭନାଥ ପଣ୍ଡାଙ୍କ ସମେତ ଅନେକ ବିଜେଡି ନେତା ରହିଛନ୍ତି ।

Related Articles

Back to top button