Breaking Newsଅପରାଧଓଡ଼ିଶା

ବାଲିଅନ୍ତାରେ ବର୍ବରତା; ସୌମ୍ୟରଂଜନଙ୍କ ପରେ ସ୍ମୃତିରଞ୍ଜନଙ୍କୁ ହତ୍ୟା

ପୁଣି ଅଶାନ୍ତ ବାଲିଅନ୍ତା । ସୌମ୍ୟରଂଜନ ହତ୍ୟାକାଣ୍ଡ କଥା ମନରୁ ନ ଲିଭୁଣୁ ଆଉ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଦିନ ଦ୍ଵିପ୍ରହରରେ ଏହି ହତ୍ୟାକାଣ୍ଡ ଘଟିଛି । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ପାଟଣା ଗାଁରେ ପୁଣି ବର୍ବରତା ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ସ୍ମୃତି ରଞ୍ଜନ ମାର୍ଥା। ତିନି ଦିନ ତଳେ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ।

ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଅଭିଯୋଗ ପରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ କିଛି ଜଣ ଫେରାର ଥିବା ସୂଚନା ମିଳିଛି। ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ରିଙ୍କୁଙ୍କ ପରିବାର ଲୋକେ ଦାବି କରିଛନ୍ତି । ସୂଚନା ଅନୁସାରେ, ତିନି ଦିନ ତଳେ ବାଲିଅନ୍ତା ପାଟେଣା ଗାଁର ଲକ୍ଷ୍ମୀ ଆପାର୍ଟମେଣ୍ଟ ଛକ ନିକଟରେ ଗଣ୍ଡଗୋଳ ହୋଇଥିଲା । ଆପାର୍ଟମେଣ୍ଟ ସମ୍ମୁଖରେ ଥିବା ଅଶୋକ ଜେନାଙ୍କ ଦୋକାନ ଘର ନିକଟରେ ରିଙ୍କୁଙ୍କ ସାନ ଭାଇ ପିଙ୍କୁ ଗାଁର କିଛି ସାଙ୍ଗଙ୍କ ସହ ଯୁକ୍ତିତର୍କ କରୁଥିଲେ ।

ଏହାକୁ ନେଇ ଅଶୋକ ଏବଂ ପିଙ୍କୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଅଶୋକଙ୍କ ଦୁଇ ପୁଅ ଅମରେଶ ଓ ଆଶିଷ ସେଠାରେ ପହଞ୍ଚିବା ପରେ ଝଗଡ଼ା ତୀବ୍ର ହୋଇଥିଲା ।ଅଶୋକ ଏବଂ ତାଙ୍କ ଦୁଇ ପୁଅ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅନ୍ୟପଟେ, ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣା ପରେ ଏବେ ରିଙ୍କୁଙ୍କ ମୃତ୍ୟୁ ମାମଲା ବାଲିଅନ୍ତା ପୁଲିସ ପାଇଁ ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଫେରାର ଅଭିଯୁକ୍ତମାନଙ୍କୁ ଧରିବା ସହ ଘଟଣାର ପ୍ରକୃତ କାରଣ ଜାଣିବାକୁ ପୁଲିସର ତଦନ୍ତ ଜାରି ରହିଛି ।

Related Articles

Back to top button