
ଭୁବନେଶ୍ୱର ,ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ, ଆରମ୍ଭ ହେବାକୁ ଯାଉଛି “ଓଡ଼ିଶା T20 ଲିଗ”ର ଦ୍ୱିତୀୟ ସଂସ୍କରଣ। ସେପ୍ଟେମ୍ବର ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ, ୬ଟି ଫ୍ରାଞ୍ଚାଇଜ୍। ଆସନ୍ତା ୬ ତାରିଖରେ ଖେଳାଳିମାନଙ୍କ ଅକ୍ସନ ହେବ, ଲୋକପ୍ରିୟ OTT ପ୍ଲାଟଫର୍ମ ଜିଓ ହଟଷ୍ଟାର ଓ ତରଙ୍ଗ ଟିଭିରେ ସବୁ ମ୍ୟାଚର ସିଧା ପ୍ରସାରଣ, ଦେଖିପାରିବେ ଦର୍ଶକ। ଓଡିଆ ଭାଷାରେ ହେବ ଏହାର, ପ୍ରସାରଣ। ଚଳିତ ବର୍ଷ ଏଥିରେ ନୂତନତ୍ବ ଅଣାଯାଇ “CM ଟ୍ରଫି” କରାଯାଇଛି। ଆନୁଷ୍ଠାନିକ ଭାବେ ରବିବାର ଏହାର ଟ୍ରଫି ଓ ଲୋଗୋ ଉନ୍ମୋଚିତ ହୋଇଛି। ଓଡ଼ିଶାରେ କ୍ରିକେଟ୍ ଏବଂ କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ପାଇଁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ, ଦୂରଦୃଷ୍ଟି ଓ ସମର୍ଥନକୁ ପ୍ରତିଫଳିତ କରି ଏହି ଲିଗ୍କୁ ‘CM Trophy’ ନାମ ଦିଆଯାଇଛି। ରାଜ୍ୟର କ୍ରିକେଟର୍ ମାନଙ୍କୁ ବଡ଼ ମଞ୍ଚରେ, ନିଜ ପ୍ରତିଭା ଦେଖାଇବା ପାଇଁ ଏହି ଲିଗ୍, ଏକ ବଡ଼ ସୁଯୋଗ ଦେବ।ବାରବାଟୀ ଷ୍ଟାଡିୟମ୍ର ଫ୍ଲଡଲାଇଟ୍ ତଳେ, ପ୍ରତିଯୋଗିତାମୂଳକ T20 କ୍ରିକେଟ୍ ଖେଳିବାର ସୁଯୋଗ ପାଇବେ, ଓଡ଼ିଶାର ଯୁବ କ୍ରିକେଟର୍ମାନେ। ଅଭିଜ୍ଞ ଖେଳାଳି, କୋଚ୍ ଓ ଫ୍ରାଞ୍ଚାଇଜି ସମର୍ଥନ ମଧ୍ୟରେ ଖେଳି ଯୁବ ପ୍ରତିଭାମାନେ, ମ୍ୟାଚ୍ ଅଭିଜ୍ଞତା ହାସଲ କରିବା ସହ ନିଜ କ୍ୟାରିୟରରେ, ଆଗକୁ ବଢ଼ିବାର ସୁଯୋଗ ପାଇବେ।




